ପାଲେଷ୍ଟାଇନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ରାଲି ସମୟରେ ରକେଟ୍ ଆକ୍ରମଣ ଏହାକୁ ପଣ୍ଡ କରିଦେଇଥିଲା । ପ୍ରଧାନମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଦଳୀୟ ପ୍ର·ର ଲାଗି ଏକ ରାଲିର ଆୟୋଜନ କରିଥିଲେ । ସଭା ·ଲିଥିବାବେଳେ ଗାଜା ଦିଗରୁ ଏକ ରକେଟ୍ ମାଡ଼ର ସାଇରନ ବାଜିଥିଲା । ଫଳରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ସାଇରନ ଶୁଣି ସଭା ମଞ୍ଚ ଛାଡ଼ି ଦୌଡ଼ି ପଳାଇଥିଲେ ।
ଇସ୍ରାଏସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଗାଜା ଦିଗରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଡ୍ ମାଡ଼ କରାଯାଇଥିଲା । ଏହା ପରେ ପାଲେଷ୍ଟାଇନ ଏନକ୍ଲେଭ ନିକଟ ଏବଂ ଦକ୍ଷିଣାଞ୍ଚଳ ସହର ଅସ୍କେଲାନରେ ସାଇରନ ବାଜିଥିଲା । କିନ୍ତୁ ଅ ।ଇରନ ଡୋମ ରକ୍ଷା ପଦ୍ଧତିରେ ରକେଟକୁୁ ରୋକାଯାଇଛି । ଏହି ସମୟରେ ଅସ୍କେଲାନରେ ହିଁ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଲି କରୁଥିଲେ । ଇସ୍ରାଏଲର ସରକାରୀ ଗଣମାଧ୍ୟମ କେଏଏନ-୧୧ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି । ଯେଉଁଥିରେ ସୁରକ୍ଷାକର୍ମୀମାନେ ନେତାନ୍ୟାହୁଙ୍କୁ ରେଡ୍ ଅ ।ଲର୍ଟ ବିଷୟରେ କହୁଥିବା ଦେଖିବାକୁ ମିଳୁଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ ଅନୁରୂପ ଏକ ଘଟଣା ଘଟିଥିଲା । ଲିକୁଡ ପାର୍ଟି ମୁଖ୍ୟ ଅସଦୋଦ ସହରରେ ନିର୍ବାଚନ ରାଲି କରୁଥିବାବେଳେ ଗାଜା ପଟୁ ଏକ ରକେଟ ମାଡ କରାଯାଇଥିଲା । ଫଳରେ ସାଇରନ ବାଜିବାରୁ ତାଙ୍କୁ ରାଲି ଅଧାରୁ ଛାଡ଼ି ·ଲିଯିବାକୁ ପଡ଼ିଥିଲା ।