Uncategorized

ରାକେଶ ଅସ୍ଥାନାଙ୍କ ଲାଇ ଡିଟେକ୍ଟର ଟେଷ୍ଟ ନ ହେବା ପାଇଁ ସିବିଆଇ କୋର୍ଟଙ୍କ ପ୍ରଶ୍ନ

ମହାଭାରତ, ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଆଜି ସିବିଆଇକୁ ପଚାରିଛନ୍ତି, କାହିଁ ଏଜେନ୍ସିର ପୂର୍ବତନ ବିଶେଷ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ସହ ମନୋବୈଜ୍ଞାନିକ ଓ ଲାଇ ଡିଟେକ୍ଟର ପରୀକ୍ଷା କରାଯାଇନାହିଁ । ଏଥିସହ ସିବିଆଇର ବିଶେଷ ବିଚାରପତି ଜଷ୍ଟିସ ସଞ୍ଜିବ ଅଗ୍ରୱାଲ ଏହି ମାମଲାର ଶୁଣାଣିର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକାରୀ ଅଜୟ କୁମାର ବସସ୍ତାଙ୍କୁ ଫେବୃଆରୀ ୨୮ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ରସ୍ଥୋଗୀଙ୍କୁ ଏକ ଲାଞ୍ଚ କାରବାରରେ କ୍ଲିନ ଚିଟ ମିଳିସାରିଛି ।
ଏହି ମାମଲାରେ ସିବିଆଇର ଯାଞ୍ଚକୁ ନେଇ ଗତ ସପ୍ତାହ ବୁଧବାର ହୋଇଥିବା ଶୁଣାଣି କାଳରେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ପଚାରିଥିଲେ, ଯେଉଁ ଅଭିଯୁକ୍ତଙ୍କ ଏହି ମାମଲ।।ରେ ଭୂମିକା ରହିଛି, ସେମାନେ କାହିଁ ଖୋଲା ବୁଲୁଛନ୍ତି, ଯେତେବେଳେ ଏଜେନ୍ସି ତାର ନିଜ ଡିଏସପିକୁ ଗିରଫ କରି ସାରିଛି । ସିବିଆଇ ଆସ୍ଥାନା ଓ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ୨୦୧୮ରେ ଗିରଫ କରିଥିଲା ଓ ପରେ ସେମାନେ ଜାମିନରେ ଆସିଥିଲେ ।
ସୂଚନାଯୋଗ୍ୟ, ସିବିଆଇ ହାଇଦ୍ରାବଦର ଜଣେ ବ୍ୟବସାୟୀ ସତିଶ ସନାଙ୍କ ଅଭିଯୋଗରେ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

Related posts

କରୋନା ମୃତ୍ୟୁର କାରଣ ଆମ ଦୃଷ୍ଟିଭଙ୍ଗି

mahabharatanews

ଦେଶର ହିତ ପାଇଁ ଜନତାଙ୍କ ଆକ୍ରୋଶ ସହିବାକୁ ପଡିଥାଏ: ପ୍ରଧାନମନ୍ତ୍ରୀ ମୋଦି

mahabharatanews

ମେକ୍ସିକୋରେ ୭.୪ ତୀବ୍ରତାର ଭୂକମ୍ପ ଝଟକା

mahabharatanews