ଓଡିଶାପାଣିପାଗ

ରାଜ୍ୟରେ ଆହୁରି ଅନୁଭବ ହେବ ଗରମ

(ଭୁବନେଶ୍ୱର) : ରାଜ୍ୟରେ ଆହୁରି ଅନୁଭବ ହେବ ଗରମ । ୧୨ରୁ ୧୪ ତାରିଖ ଯାଏ ଏଠାରେ ତାପମାତ୍ରା ଆହୁରି ବଢ଼ି ୪୪ ଡିଗ୍ରୀ ଟପିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଉପକୂଳ ଓଡ଼ିଶାରେ ୧୪ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ୯, ୧୦ ଓ ୧୧ ତାରିଖରେ ତାପମାତ୍ରା ପୁଣି ୧ ଡିଗ୍ରୀ ଯାଏ କମିବ । ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିଲା । ଟିଟିଲାଗଡ଼ରେ ୪୦.୮, ବୌଦ୍ଧରେ ୪୦.୫ ଓ ଭବାନୀପାଟଣାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।

କଟକ, ଭୁବନେଶ୍ୱର, ପୁରୀ, ଗୋପାଳପୁର ଓ ପାରାଦୀପ ଭଳି ବିଭିନ୍ନ ସହରରେ ଦିନବେଳାର ତାପମାତ୍ରା କମ୍‌ ଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନବେଳାର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

Related posts

ପାଟଣାରେ ଫୁଟିଲା ବିରଳ ବ୍ରହ୍ମକମଳ

mahabharatanews

ଶ୍ରୀମନ୍ଦିରର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ

mahabharatanews

ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚାର ଯୁବ, ଛାତ୍ର ସମ୍ମିଳନୀ ଅନୁଷ୍ଠିତ

mahabharatanews