Uncategorized

ରାମଭୀର ସିଂହ ବିଧୁରି ଦିଲ୍ଲୀ ବିରୋଧୀ ଦଳ ନେତା

(ନୂଆଦିଲ୍ଲୀ): ବିଜେପି ପକ୍ଷରୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ହୋଇଛି । ଦିଲ୍ଲୀ ବଦରପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାମଭୀର ସିଂହ ବିଧୁରିଙ୍କ ନାମରେ ଦଳ ମୋହର ଲଗାଇଛି । ତାଙ୍କୁ ଦିଲ୍ଲୀ ବିଧାନସଭାରେ ବିଜେପି ପକ୍ଷରୁ ଦୁଇଟି ପଦର ଦାୟୀତ୍ୱ ଦିଆଯାଇଛି । ସେ ବିଧାନସଭାରେ ବିଜେପି ପାଇଁ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବେ । ଏନେଇ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ସୂଚନା ଦେଇଛନ୍ତି । ବିଧୁରି ଚତୁର୍ଥ ଥର ପାଇଁ ବିଜେପି ଟିକଟରେ ଦିଲ୍ଲୀର ବଦାରପୁର ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀର ୭୦ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଫଳାଫଳ ଫେବୃଆରୀ ୧୧ ତାରିଖରେ ପ୍ରକାଶ ପାଇଥିଲା । ଏଥିରେ ଆମ୍ ଆଦମୀ ପାର୍ଟି (ଆପ୍) ସର୍ବାଧିକ ୬୨ଟି ଆସନ ଦଖଲ କରିଥିବା ବେଳେ ବିଜେପି ମାତ୍ର ୮ଟି ଆସନରେ ସନ୍ତୁଷ୍ଟ ହୋଇଥିଲା । କଂଗ୍ରେସ ପୂର୍ବଥର ପରି ଚଳିତଥର ମଧ୍ୟ ଖାତା ଖୋଲିବାରେ ବିଫଳ ହୋଇଥିଲା ।

Related posts

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୧୦୩ ମୃତ୍ୟୁ, ଭାରତରେ ୨,୧୫,୮୨୪ ଯାତ୍ରୀଙ୍କ ଥର୍ମଲ ସ୍କ୍ରିନିଂ

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews

ଦେଶରେ ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews