(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁରର ବଡହାଟ ଗାଁରେ ଅବସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୂଳର ପ୍ରତିଷ୍ଠା ଓ ବିଦ୍ୟାର୍ଥୀ ଦିବସ ଉଦଯାପିତ ହୋଇଯାଇଛି । ଉଦ୍ୟାପନୀ ଉତ୍ସବର ଶେଷ ସଂଧ୍ୟାରେ ଗୁରୁକୂଳର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଓଡ଼ିଶୀ ମଙ୍ଗଳାଚରଣ, ପଲ୍ଲୀ ନୃତ୍ୟ, ବୃନ୍ଦ ମାର୍ଦ୍ଦଳ ବାଦନ ସହ ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତ ପରିବେଶଣ କରାଯାଇଥିଲା । ଏହି ଉତ୍ସବରେ ବିଶ୍ୱ ସ୍ତରୀୟ ମନୋବିଜ୍ଞାନୀ ପ୍ରଫେସର ବି.କେ ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ସୁକାନ୍ତ କୁମାର ସାହୁ ଓ ସାଥୀ ଝଙ୍କଡଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗୀତିନାଟ୍ୟ ପରିବେଶଣ ହୋଇଥିଲା । ଗୁରୁକୂଳର ପ୍ରତିଷ୍ଠାତା ଗୁରୁ ରାମହରି ଦାସ, ଗୁରୁକୁଳ ଅଧ୍ୟକ୍ଷ ଧନେଶ୍ୱର ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଆଇନଜୀବି ଅଞ୍ଜନ କୁମାର ହୋତା ସଂଯୋଜନା କରିଥିଲେ । ଗୁରୁକୁଳର ଅନ୍ୟ ଗୁରୁ ଓ ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
previous post
next post