ଅଯୋଧ୍ୟା: ହନୁମଙ୍ଗାରୀର ବରିଷ୍ଠ ପୂଜକ ମହନ୍ତ ରାଜୁ ଦାସ ଆଜି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ନିନ୍ଦା କରିଛନ୍ତି ଅଯୋଧ୍ୟା ରାମ ମନ୍ଦିନର ଟ୍ରଷ୍ଟରେ ଜଣେ ଅଯୋଧ୍ୟା ପୂଜକଙ୍କୁ ସ୍ଥାନ ଦିଆଯାଇ ନ ଥିବାରୁ । ସେ କହିଛନ୍ତି, ଗତବର୍ଷ ସୁପ୍ରିମ କୋର୍ଟ ତାଙ୍କ ରାୟରେ ଅଯୋଧ୍ୟା ଜମି ବିବାଦ ଉପରେ ଦେଇଥିବା ରାୟକୁ ଆମେ ସମ୍ମାନ ଦେଉଛି । ତେବେ ଭିଏଚପି ରାମ ମନ୍ଦିର ଟ୍ରଷ୍ଟରେ ଅଯୋଧ୍ୟ ପୂଜକଙ୍କୁ ସ୍ଥାନ ଦେବାକୁ ଚେଷ୍ଟା କରିବାର ଥିଲା ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ର।।ମ ମନ୍ଦିର ଟ୍ରଷ୍ଟ ଗଠନ ପାଇଁ ଘୋଷଣା କରିଥିଲେ । ଏହି ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣରେ ସମ୍ପୃକ୍ତ ରହିବ । ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ । ସେମାନଙ୍କ ମଧ୍ୟରୁ ଜଣେ ଦଳିତ ମଧ୍ୟ ସ୍ଥାନ ପାଇବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଥିଲେ । ଏହା ବ୍ୟତୀତ ନିର୍ମୋହୀ ଆଖଡ।।ରୁ ୨ ଜଣ ରହିବେ । କିନ୍ତୁ ଟ୍ରଷ୍ଟରେ ଅଯୋଧ୍ୟା ପୂଜକଙ୍କ ସ୍ଥାନ ଦିଆଯାଇ ନାହିଁ, ଯାହାକୁ ନେଇ ଅଯୋଧ୍ୟ।। ପୂଜକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଭିଏଚପିର ସ୍ଥାଣୁତା ପାଇଁ ଏପରି ହେ।।ଇଥିବା ମହନ୍ତ ରାଜୁ ମତ ଦେଇଛନ୍ତି ।