ରାଜନୀତି

ରାମ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ ମାଗିଲେ ଯୋଗୀ

(ମହାଭାରତ, ରାଞ୍ଚି): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗତ ଶୁକ୍ରବାର ଝାଡଖଣ୍ଡରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ଦେବାକୁ କହିଛନ୍ତି । ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲୁଥିବା ବେଳେ ସେ ବିଜେପି ପ୍ରାର୍ଥୀ ନଗେନ୍ଦ୍ର ମାହାତୋଙ୍କ ପାଇଁ ଜନସଭାକୁ ସମ୍ବୋଧିତ କରିଥିଲେ । ରାମ ମନ୍ଦିର ବିବାଦ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଦ୍ୟମରେ ସମାଧାନ ହୋଇଛି । ପୂର୍ବରୁ କୌଣସି ଦଳ ଏହି ବିବାଦର ସମାଧାନ ହେଉ ବୋଲି ଚାହୁଁ ନଥିଲେ ବୋଲି ଏହି ଅବସରରେ ସେ କହିଥିଲେ । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରକୁ ୧୧ ଟଙ୍କା ସହ ଗୋଟିଏ ପଥର ଦେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ ।

Related posts

ପ୍ୟାରୀଙ୍କ ସ୍ଥାନ ନେଇଛନ୍ତି ପାଣ୍ଡିଆନ

mahabharatanews

ବାରସାତ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ କାକୋଲି ଘୋଷ…

mahabharatanews

ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ

mahabharatanews