ଓଡିଶା

ରାସ୍ତା କଡରୁ ଟିଫିନ ବୋମା ଜବତ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ସରଗୁଲି ଗାଁର ରାସ୍ତାକଡରୁ ୨ଟି ଟିଫିନ ବୋମା ସୋମବାର ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ଗାଁର ଜଣେ ଯୁବକ ରାସ୍ତାକଡରେ ଟିଫିନ ବୋମା ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେହି ସ୍ଥାନଟିକୁ କର୍ଡନ କରି ରଖିଥିଲା । ତା’ ପରଦିନ ସକାଳେ ବୋମା ନିଷ୍କ୍ରିୟକାରୀ ଟିମ ସେଠାରେ ପହଞ୍ଚିଥିବା ଜଣାପଡିଛି । ବୋମାକୁ ନିଷ୍କ୍ରିୟ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି । ଗାଁର ରାସ୍ତାରେ କିପରି ଟିଫିନ ବୋମା ଆସିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏ ମିଳିନାହିଁ । ଏହି ବୋମାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Related posts

ସୃଷ୍ଟି ହେବ ଏକ ଲଘୁଚାପ , ଆଜିଠୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା

mahabharatanews

ଘୂର୍ଣ୍ଣିବଳୟ ସମ୍ଭାବନା; ରାଜ୍ୟରେ ସତର୍କ ସୂଚନା ଜାରି 

mahabharatanews

ସରକାରଙ୍କ ଘୋଷିତ ଅର୍ଥରାଶି ନ ମିଳିବାରୁ ପ୍ରବାସୀଙ୍କ ରାସ୍ତା ଅବରୋଧ

mahabharatanews