ଓଡିଶା

ରାହୁଲଙ୍କୁ ଇଙ୍ଗିତରେ ଟ୍ୟୁବଲାଇଟ କହିଲେ ମୋଦି

ନୂଅ।ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିରୋଧୀଙ୍କ ଉଦ୍ଦେଶ୍ୟରେ ବର୍ଷିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ କାଳରେ ମୋଦି କହିଛନ୍ତି, ବିପକ୍ଷର ଚିନ୍ତାଧାରାରେ ସମସ୍ୟା ରହିଛି, ଏମାନେ କେତେକଙ୍କୁ ଭାରତର ମୁସଲମାନ ଭାବେ ଦେଖୁଛନ୍ତି, କିନ୍ତୁ ବିଜେପି ପାଇଁ ସମସ୍ତେ ଭାରତୀୟ । ମୋଦି ଆହୁରି କହିଛନ୍ତି, ‘କୁଇଟ ଇଣ୍ଡିଆ’ ଓ ‘ଜୟ ହିନ୍ଦ’ ନାରା ମୁସଲମାନଙ୍କ ଦ୍ୱାରା ଦିଆଯାଇଥିବା ଆମକୁ ମନେ ପକାଇ ଦିଆଗଲା । ତେବେ ସମସ୍ୟା ହେଉଛି, କଂଗ୍ରେସ ଲୋକଙ୍କ ଆଖିରେ ଏହି ଲୋକମାନେ ଆଜି ମଧ୍ୟ ମୁସଲମାନ । ଆମ ପ।ଇଁ ସେମାନେ ଭାରତୀୟ । ଖାଁ ଅବଦୁଲ ଘଫର ଖାଁ, ଅବଦୁଲ ହାମିଦ ବା ଅବଦୁଲ କାଳାମ ଆଜାଦ, ଏମାନେ ସମସ୍ତେ ଆମ ପାଇଁ ଭାରତୀୟ ବୋଲି ମୋଦି ସଂସଦର ନିମ୍ନ ଗୃହରେ କହିଛନ୍ତି । ଏଥିସହ ରାହୁଲଙ୍କ ଠେଙ୍ଗା ବାଲା ବୟାନ ଉପରେ ରାହୁଲଙ୍କ ନାମ ନ ନେଇ ମୋଦି କହିଛନ୍ତି, ‘ମୁଁ କାଲି କଂଗ୍ରେସର ଜଣେ ନେତାଙ୍କ ଘୋଷଣା ପତ୍ର ଶୁଣିଥିଲି, ସେ ଘୋଷଣା କରିଛନ୍ତି ୬ ମାସରେ ମୋଦିକୁ ଠେଙ୍ଗା ମାରିବୁ । ଏହା ଠିକ କି ଏହି କାମ ଅତ୍ୟନ୍ତ କଠିନ ଓ ଏଥିପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ । କିନ୍ତୁ ମୁଁ ନିଷ୍ପତ୍ତି ନେଇଛି, ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳେ ସୂର୍ଯ୍ୟ ନମସ୍କାର ବଢାଇ ଦେବି । ମୋ ପିଠି ସେହି ଠେଙ୍ଗା ମାଡ ଖାଇବାର ଶକ୍ତି ସଂଗ୍ରହ କରି ନେବ । ଏହା ପରେ ରାହୁଲ ତ।ଙ୍କ ଆସନରୁ ଉଠି ଆଉ କିଛି ଟିପ୍ପଣୀ ଦେବାରୁ ମୋଦି କହିଥିଲେ, ବିଗତ ୪୦ ମିନିଟରୁ କହୁଥିଲି, କିନ୍ତୁ କରେଣ୍ଟ ପହଞ୍ଚିବାକୁ ଏତେ ଡେରି ହୋଇଗଲା । ଅନେକ ଟ୍ୟୁବ ଲାଇଟର ଏହିପରି ସ୍ଥିତି ।
ସୂଚନାଯୋଗ୍ୟ, ଦିଲ୍ଲୀର ଏକ ଜନ ସମୁଦ୍ରକୁ ସମ୍ବୋଧିତ କରିବା ଅବସରରେ ରାହୁଲଗାନ୍ଧୀ ଗତକାଲି କହିଥିଲେ, ୬ ମାସରେ ମୋଦିକୁ ପିଟିପିଟି ଭାରତୀୟ ଯୁବସମାଜ ରୋଜଗାର ନ ପାଇଲେ ଦେଶ ଆଗକୁ ବଢିବ ନାହିଁ ।

ସେ ତାଙ୍କ ସମ୍ବୋଧନ କାଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିଷୟରେ କହିବାକୁ ଯାଇ ଉଲ୍ଲେଖ କରିଛନ୍ତି, ଏହି ଆଇନକୁ ନେଇ ହୋଇଥିବା ପ୍ରଦର୍ଶନରେ ଆମେ ଜାଣିବାକୁ ପାଇଛୁ କିଏ ଦଳ ପ।।ଇଁ କାମ କରୁଛନ୍ତି ଓ କିଏ ଦେଶ ପାଇଁ । ସିଏଏ ବିରୋଧରେ ଚିକ୍ରାର କରୁଥିବା କଂଗ୍ରେସ ଓ ତାର ଅର୍ଥନୈତିକ ସ୍ତିତି ନିକଟରେ ସେ କୃତଜ୍ଞ ବୋଲି ମୋଦି କହିଛନ୍ତି । ଯଦି ସେମାନେ ଏପରି କରି ନ ଥାନ୍ତେ ତେବେ ଆମେ ସେମାନଙ୍କ ପ୍ରକୃତ ରୂପ ଚିହ୍ନିପାରି ନ ଥାନ୍ତୁ । ଏବେ ପୁରା ଦେଶ ଦେଖୁଛି, କିଏ ଦଳ ପ୍ରତି ଯତ୍ନବାନ ଓ କିଏ ଦେଶ ପ୍ରତି । ଏଥିସହ ମୋଦି ଧାରା ୩୭୦, ଦେଶର ଅର୍ଥନୀତି, ପଶ୍ଚିମ ବଙ୍ଗର ରାଜନୈତିକ ହିଂସା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ଏକ ଘଣ୍ଟାର ଭାଷଣ ସମୟରେ ସ୍ଥାନ ଦେଇଛନ୍ତି ।
ଏଥିସହ

Related posts

କରୋନା ଯୋଦ୍ଧାଙ୍କୁ ସାଂସଦ ମହେଶ ସାହୁଙ୍କ ସମ୍ବର୍ଦ୍ଧନା

mahabharatanews

କାଗଜ ଗୋଦାମରେ ଅଗ୍ନିକାଣ୍ଡ

mahabharatanews

ବଳରାମ ଯୋଜନାକୁ ନେଇ ଚାଷୀ ଓ ଭାଗ ଚାଷୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

mahabharatanews

Leave a Comment