Uncategorized

ରେକର୍ଡ ସ୍ତରରେ ପହଞ୍ଚିଲା ମାର୍କେଟ, ପ୍ରଥମଥର ପାଇଁ ସେନସେକ୍ସ ୪୨,୦୦୦ ଉପରେ

ମହାଭାରତ: – ଗୁରୁବାର ଦିନ ସେୟାର ବଜାର ସାମାନ୍ୟ ବଢିବାରେ ଖୋଲିଥିଲା ।
– ସେନସେକ୍ସ ୩୨.୯୮ ଅଙ୍କ ବଢିବା ପରେ ୪୧,୯୦୫.୭୧ ର ସ୍ତରରେ ଖୋଲିଲା ।
– ଏହା ପରେ ବଜାର ଖୋଲୁ ଖୋଲୁ ସେନସେକ୍ସ୍ ପ୍ରଥମଥର ପାଇଁ ୪୨,୦୦୦ରେ ପହଞ୍ଚି ଯାଇଛି ।
ସପ୍ତାହର ଚତୁର୍ଥ ବ୍ୟବସାୟିକ ଦିନରେ ତଥା ଗୁରୁବାର ଦିନ ସେୟାର ବଜାର ବୃଦ୍ଧିର ସହ ଖୋଲିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ର ପ୍ରମୁଖ ଇଣ୍ଡେକ୍ସ୍ ସେନସେକ୍ସ୍ ୩୨.୯୮ ଅଙ୍କ ତଥା ୦.୦୮ ପ୍ରତିଶତ ବୃଦ୍ଧି ସହ ସେନସେକ୍ସ ୪୧,୯୦୫.୭୧ ସ୍ତରରେ ଖୋଲିଛି । ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ ର ନିଫ୍ଟ୍ି ୯.୭୦ ଅଙ୍କ ଅଥବା ୦.୦୮ ପ୍ରତିଶତ ବଢିବା ପରେ ୧୨.୩୫୩ ର ସ୍ତରରେ ଖୋଲିଥିଲା । ବଜାର ଖୋଲିବା ସହ ସେନସେକ୍ସ୍ ପ୍ରଥମ ଥର ପାଇଁ ୪୨,୦୦୦ରୁ ଉପର ସ୍ତରକୁ ପହଞ୍ଚିଯାଇଛି, ଯେଉଁଥିରେ ୧୩୪.୫୮ଅଙ୍କର ବୃଦ୍ଧି ଆସିଥିଲା । ସେପଟେ ନିଫ୍ଟ୍ି ୩୨.୩୫ ଅଙ୍କର ବୃଦ୍ଧି ପରେ ୧୨ ,୩୭୫ .୬୫ର ରେକର୍ଡ ସ୍ତରରେ ପହଞ୍ଚିଛି ।

ଶ୍ରେଷ୍ଠ ସେୟାରର ମଧ୍ୟରେ ଗେଲ, ସନ ଫାର୍ମା, ଅଲ୍ଟ୍ରାଟେକ୍ ସିମେଣ୍ଟ, ନେସ୍ଲେ ଇଣ୍ଡିଆ, କୋଟାକୋ ମହେନ୍ଦ୍ରା ବ୍ୟାଙ୍କ୍, ଜି ଲିମିଟେଡ୍, ଜେଏସ୍ଡବ୍ଲୁ ସ୍ଟିଲ୍, ପାୱାର ଗ୍ରେଡ୍ ଏବଂ ଏସବିଆଇର ସେୟାର ସବୁଜ ରଙ୍ଗରେ ଖୋଲିଥିଲା । ସେହିପରି ଭେଦାଂତା ଲିମିଟେଡ୍, ଜେଏସ୍ଡବ୍ଲୁ ସ୍ଟିଲ୍, ଟାଟା ଷ୍ଟିଲ୍, ଏନଟିପିସି, ହିରୋ ମେଟୋକାରର୍ଫ, ଟାଇଟନ୍, ଟାଟା ମୋଟର୍ସ, ଏମ୍ ଆଣ୍ଡ ଏମ୍ ଏବଂ କୋଲ ଇଣ୍ଟିଆର ଶେୟାର ରେଡ୍ରେ ଖୋଲିଥିଲା ।

ଯଦି ଆମେ ସେକ୍ଟୋରିଆଲ ଇଣ୍ଡେକ୍ସ ଉପରେ ଥରେ ନଜର ପକାଇବା, ତେବେ ଆଜି ମେଟଲର ଅତିରିକ୍ତ ସମସ୍ତ ସେକ୍ଟରର୍ସ ଗ୍ରୀନ୍ ଚିହ୍ନରେ ଖୋଲିଥିଲା । ଏମାନଙ୍କ ମଧ୍ୟରେ ଅଟୋ, ଏଫଏମସିଜି, ପ୍ରଇଭେଟ୍ ବ୍ୟାଙ୍କ୍, ପିଏସ୍ୟୁ ବ୍ୟାଙ୍କ୍, ରିୟଲ୍ଟି, ମିଡିଆ, ଫାର୍ମ ଏବଂ ଆଇଟି ସାମିଲ ରହିଛି ।

ପ୍ରି ଓପନ ସମୟରେ ସକାଳ ୯:୧୦ ସମୟରେ ଶେୟାର ମାର୍କେଟ ଗ୍ରୀନ୍ ଚିହ୍ନରେ ଥିଲା । ସେନସେକ୍ସ୍ ୫୨.୦୧ଅଙ୍କ ତଥା ୦.୧୨ ଫିସଦିର ବଢିବା ପରେ ୪୧,୯୨୪.୭୪ର ସ୍ତରରେ ଥିଲା । ସେହିପରି ନିଫ୍ଟ୍ ୩.୮୦ ଅଙ୍କ ତଥା ୦.୦୩ ଫିସଦିର ବଢିବା ପରେ ୧୨,୩୪୭.୧୦ର ସ୍ତରରେ ରହିଥିଲା ।
ଡଲାର ତୁଳନାରେ ଆଜି ଟଙ୍କାର ମୂଲ୍ୟ ସେୟାର ବଜାରରେ ସାଧାରଣତଃ ତଳକୁ ଖସିଥିବାର ଖୋଲିଥିଲା । ପୁର୍ବ ବାଣିଜ୍ୟିକ ଦିନରେ ଡଲାର ତୁଳନରେ ଟଙ୍କାର ମୂଲ୍ୟ ୭୦.୮୨ ସ୍ତରରେ ରହିଥିଲା ।

ପୂର୍ବବର୍ତ୍ତି ବାଣଜ୍ୟିକ ଦିନରେ ଶେୟାର ବଜାର ସାଧାରଣତଃ ନିମ୍ନମୁଖୀ ହୋଇ ଖୋଲିଥିଲା । ସେନସେକ୍ସ୍ ୨୨.୮୫ ଅଙ୍କ ତଥା ୦.୦୫ ଫିସଦି ତଳକୁ ଆସିବା ପରେ ୪୧,୯୨୯.୭୮ର ସ୍ତରରେ ଖୋଲିଥିଲା । ସେହିପରେ ନିଫି୍ଟ୍ ୩୦.୨୫ ଅଙ୍କ ତଥା ୦.୨୪ ପ୍ରତିଶତ ତଳକୁ ଖସିବା ପରେ ୧୨,୩୩୨.୦୫ ସ୍ତରରେ ଖୋଲିଥିଲା ।

ବୁଧବାରଦିନ ସାରାଦିନ ବ୍ୟବସାୟ ପରେ ଶେୟାର ବଜାର ରେର୍ଡ ସ୍ତରରେ ବନ୍ଦ ହୋଇଥିଲା । ସେନସେକ୍ସ୍ ୭୯.୯୦ ଅଙ୍କ ତଥା ୦.୧୯ ଫିସଦିର ତଳକୁ ଖସିବା ପରେ ୪୧,୮୭୨.୭୩ ସ୍ତରରେ ବନ୍ଦ ହୋଇଥିଲା । ସେହିପରି ନିଫି୍ଟ୍ ୧୯ ଅଙ୍କ ତଥା ୦.୧୫ ପ୍ରତିଶତ ତଳକୁ ଖସିବା ପରେ ୧୨,୩୪୩.୩୦ ସ୍ତରରେ ବନ୍ଦ୍ ହୋଇଥିଲା ।

Related posts

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସ୍ଚାର୍ଜ

mahabharatanews

ଚାନ୍ଦକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଏହି ଦେଶର ଲୋକମାନେ

mahabharatanews

ଏମବିବିଏସ କଲେଜ ନିର୍ମାଣ କରିବ ପତଞ୍ଜଳି

mahabharatanews

Leave a Comment