(ମହାଭାରତ): ହିନ୍ଦୁ ଧର୍ମରେ ଲକ୍ଷ୍ମୀ ଏବଂ କୁବେରଙ୍କୁ ଧନ ଏବଂ ସମୃଦ୍ଧିର ଦେବତା ବୋଲି ଗ୍ରହଣ କରାଯାଇଛି । ସେହିପରି ଲାଫିଙ୍ଗ ବୁଦ୍ଧ ସୁଖ ଓ ସମୃଦ୍ଧି ଆଣିଥାଏ ବୋଲି ଚୀନବାସୀ ମାନିଥାନ୍ତି । ଲାଫିଙ୍ଗର ବୁଦ୍ଧର ଏପରି ମହତ୍ତ୍ୱ ଯୋଗୁଁ ଲୋକେ ନିଜ ଘରେ କିମ୍ବା କାହାକୁ ଉପହାର ସଦୃଶ ଏହାକୁ ଦେଇଥାନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଲାଫିଙ୍ଗ ବୁଦ୍ଧକୁ ଘରେ ରଖିବାର ଅନେକ କିଛି ନିୟମ ରହିଛି । ଯାହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ । ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳିଥାଏ ।
କୌଣସି ଘରର ଭାଗ୍ୟ ଏବଂ ସୁଖଶାନ୍ତି ପୂର୍ବଦିଗ ସହିତ ଜଡିତ ଥାଏ । ଯଦି ଆପଣ ନିଜ ଘରର ଲୋକମାନଙ୍କର ମଧ୍ୟରେ ସ୍ନେହ, ପ୍ରେମ ଏବଂ ତାଳମେଳ ବଢାଇବାକୁ ଚାହୁଁଛନ୍ତି, ତେବେ ଲାଫିଙ୍ଗ୍ ବୁଦ୍ଧକୁ ପୂର୍ବ ଦିଗରେ ରଖନ୍ତୁ ।
ଫେଙ୍ଗସୁଇ ଅନୁସାରେ ଲାଫିଙ୍ଗ ବୁଦ୍ଧ ନିଜ ଘରର ଦକ୍ଷିଣ ଦିଗରେ ରଖିବା ଦ୍ୱାରା ସକାରାତ୍ମକ ଉର୍ଜା ବଢିଥାଏ, ଯାହା ଧନ ଏବଂ ସୁଖକୁ ଘରକୁ ଆକର୍ଷିତ କରିଥାଏ । ଚାକିରି ହେଉ ଅବା ବ୍ୟବସାୟ ଆପଣଙ୍କ ଶତ୍ରୁ କିଛିବି କରିପାରିବେ ନାହିଁ ।
ଲାଫିଙ୍ଗ୍ ବୁଦ୍ଧଙ୍କୁ ଘରେ ହେଉ ଅବା ଅଫିସରେ ନିଜ ଆଖି ସିଧା ରଖିବା ଉଚିତ । ଅର୍ଥାତ୍ ଆପଣ ଏହାକୁ ଦେଖିବା ବେଳେ ସିଧାମୁହଁ କରି ବା ମୁର୍ତ୍ତି ଯେପରି ଉପରକୁ ନଉଠେ । ଅଧିକା ଉଚ୍ଚା କିମ୍ବା ତଳେ ରଖିବା ଉଚିତ ନୁହେଁ ।
ଗଣେଶଙ୍କ ମୁର୍ଡ ଯେପରି ମୁଖ୍ୟ ଦ୍ୱାରା ସାମ୍ନାକୁ ରଖୁଛନ୍ତି, ସେଭଳି ଲାଫିଙ୍ଗ ବୁଦ୍ଧକୁ ମଧ୍ୟ ଘରର ମୁଖ୍ୟ ଦ୍ୱାରକୁ ସାମ୍ନା କରି ରଖନ୍ତୁ । ଏପରି କଲେ ଧନ, ସମୃଦ୍ଧି ବୃଦ୍ଧି ହେବ ।
