ଓଡିଶା

ଲୁହାପାଇପି ଘେରରୁ ବିଶ୍ୱ ଐତିହ୍ୟ କୋଣାର୍କ ମୁକ୍ତ

କୋଣାର୍କ: ତ୍ରୟୋଦଶ ଶତାଦ୍ଦିରେ ନିର୍ମିତ ହୋଇଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ୱରେ ଲାଗିଥିବା ଲୁହାପାଇପ ଭାରାକୁ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେବ ଲୁହାପାଇପ ଭାରରେ ଆବଦ୍ଧ କରାଯାଇଥିଲା । ସୂର୍ଯ୍ୟମନ୍ଦିର ଭ୍ରମଣରେ ଅ ।ସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଲୁହାପାଇପି ଭାରାରେ ଅ ।ବଦ୍ଧ ହୋଇ ରହିଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗାତ୍ରରେ ଖୋଦିତ ସୁକ୍ଷ୍ମ କାରୁ କାର୍ଯ୍ୟକୁ ଦେଖିନ ପାରି ଅସନ୍ତୋଷ ବ୍ୟକ୍ତ କରି ନିରାଶରେ ଫେରୁଥିଲେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ । ବର୍ଷାଋତୁ ସମୟରେ ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମିବା ତଥା ସଂରକ୍ଷଣଜନିତ ବହୁବିଧ ସମସ୍ୟାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଏହାର ସମାଧାନ ପାଇଁ ଚଳିତ ବର୍ଷ ଅଗଷ୍ଟମାସରେ ଆମିକସ କ୍ୟୁରି ଭାବେ ବରିଷ୍ଟ ଆଇନଜୀବୀ ଏନ୍.କେ. ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆମିକସ କ୍ୟୁରି ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଦୁଇଥର ସୂର୍ଯ୍ୟମନ୍ଦିର ଗସ୍ତ ବେଳେ ଅନୁଧ୍ୟାନ କରିିବା ପରେ ଗଣମାଧ୍ୟମକୁ ସୂଚନା କହିଥିଲେ କେନ୍ଦ୍ରୀୟ କୋଠା ଗବେଷଣା କେନ୍ଦ୍ର (ସିବିଅ ।ରଅ ।ଇ)ର ରିପୋର୍ଟ ଅନୁଯାୟୀ ମନ୍ଦିର ଶତପତି ସୁରକ୍ଷିତ ଅଛି । ସର୍ବେକ୍ଷଣ ସଂସ୍ଥା(ଏଏସଅ ।ଇ) ପକ୍ଷରୁ ଆସନ୍ତା ନବବର୍ଷ ପୂର୍ବରୁ ଜଗମୋହନ ·ରିପଟେ ଲାଗିଥିବା ଲୁହା ପାଇପ ଭାରାକୁ କଢାଯାଇ ଆଶ୍ୟକସ୍ଥଳେ ଜଙ୍କ ପ୍ରତିରୋଧକ ବିମ୍ ଭାରା ଲାଗିବ, ଯାହାଦ୍ୱାରା ଜଗମୋହନର ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦିଆଯିବା ସହିତ ପର୍ଯ୍ୟଟକମାନେ ମନ୍ଦିରର ଗାତ୍ରରେ ଖୋଦିତ ସୁକ୍ଷ୍ମ ଭାସ୍କର୍ଯ୍ୟକୁ ଦେଖିପାରିବେ । ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ପଶ୍ଚିମ ପାଶ୍ୱର୍ର ଚୁଡାରୁ ଲୁହାପାଇପି ଭାରା ଖେଲିବା କାର୍ଯ୍ୟ ଆରମ୍ଭହୋଇଛି ବୋଲି ମନ୍ଦିରର ସଂରକ୍ଷଣ ସହାୟକ ନିରୋଜ ସିଂଙ୍କ ସୂଚନା ଦେଇଛନ୍ତି ।

Related posts

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews

ବରଗଡ ଜିଲ୍ଲା ୫ ଦିନ ପାଇଁ ସଟଡାଉନ

mahabharatanews