Uncategorized

ଶାନ୍ତି ରକ୍ଷା ପାଇଁ ସୋନୋୱାଲଙ୍କ ଅପିଲ୍

(ଗୌହାଟୀ): ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି । ଏହାକୁ ବିରୋଧ କରି ଛାତ୍ରଙ୍କ ସମେତ ହଜାର ହଜାର ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ବିହାରରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ଆସାମ ଜନସାଧାରଣଙ୍କୁ ରାଜ୍ୟରେ ଶାନ୍ତି ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନ୍ଦ ସୋନୋୱାଲ ଅପିଲ କରିଛନ୍ତି । ଆମର ଭାଷା ଓ ପରିଚୟକୁ ନେଇ କୌଣସି ବିପତ୍ତି ନାହିଁ । ଆମ ଅଧିକାରକୁ କେହି ଛଡାଇ ପାରିବେ ନାହିଁ । ଏଣୁ ଶାନ୍ତି ବଜାୟ ରଖି ସମସ୍ତ ପ୍ରକାର ହିଂସାରୁ ନିବୃତ୍ତ ରହିବାକୁ ସେ ରାଜ୍ୟବାସୀଙ୍କୁ କହିଛନ୍ତି । ଅନ୍ୟପକ୍ଷରେ ସିଏଏକୁ ବିରୋଧ ଯୋଗୁଁ ରାଜ୍ୟରେ ବାତିଲ୍ କରାଯାଇଥିବା ଇଣ୍ଟରନେଟ୍ ସେବା ବର୍ତ୍ତମାନ ସ୍ୱାଭାବିକ ହୋଇଛି ।

Related posts

ପରଲୋକରେ ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନ

mahabharatanews

ସ୍କୁଲ ଛାତ୍ରଙ୍କ ପକେଟରେ ବାଣ ବିସ୍ପୋରକ ହୋଇ ୨ ଛାତ୍ର ଗୁରୁତର

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଆଳୁ ମଖତ୍ନ

mahabharatanews

Leave a Comment