Uncategorized

ଶାବରମତୀ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ

ଅହମଦାବାଦ: ଆସନ୍ତା କାଲି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମଦାବାଦରେ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ରୂପ ନେବାକୁ ଯାଉଛି । ଏହି ଗସ୍ତ କାଳରେ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ, ତାଙ୍କ କନ୍ୟା ଇଭାଙ୍କା ଓ ସ୍ୱାଇଁ ଆସିବେ । ଆସନ୍ତାକାଲି ସେ ଅହମଦାବାଦରେ ଅବତରଣ କରିବା ପରେ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାଗନେବା ପୂର୍ବରୁ ଟ୍ରମ୍ପ ସାବରମତି ଆଶ୍ରମ ପରିଭ୍ରମଣକରିବାକୁ ଇଛା କରିଛନ୍ତି ।

ଆୟୋଜକଙ୍କ ଅନୁଯାୟୀ, ଆଶ୍ରମରେ ଟ୍ରମ୍ପଙ୍କ ଗସ୍ତକୁ ନେଇ ସ୍ୱାଗତର ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେଠାରେ ଦିନୋଟି ଚେୟାର ଅତିଥିଙ୍କ ପାଇଁ ରଖାଯାଇଛି । ଏମ।।ନଙ୍କ ମଧ୍ୟରେ ମୋଦି ମଧ୍ୟ ରହିଛନ୍ତି । ଆଶ୍ରମରେ ଥିବା ୱାର୍ଟରଫ୍ରଣ୍ଟ ନିକଟରେ ସେମାନେ କିଛି ସମୟ ବିଶ୍ରମ କରିବା ପରେ ଶାବରମତି ଆଶ୍ରମ ବୁଲି ଦେଖିବେ । ଏଥିନେଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । ଗୁଜୁରାଟ ପୁଲିସ ବ୍ୟତୀତ ଟ୍ରମ୍ପଙ୍କ ସୁରକ୍ଷାବଳ ସେଂ।।ରେ ଉପସ୍ତିତ ଅଛନ୍ତି ଓ ସ୍ଥାନର ସୁରକ୍ଷାର ଯାଞ୍ଚ କରୁଛନ୍ତି ।

ଶାବରମତି ଆଶ୍ରମ ପରିଚାଳନାକମିଟି ଟ୍ରମ୍ପଙ୍କ ଏହି ଗସ୍ତ କାଳରେ ତାଙ୍କୁ ହାତବୁଣା ଖାଦିର ବସ୍ତ୍ର ଓ ଚର୍ଖା ଉପହାର ଦେବାକୁ ଯୋଜନା କରିଛନ୍ତି । ଆଶ୍ରମ ଟ୍ରଷ୍ଟର ନିର୍ଦ୍ଦେଶକ ଅତୁଲ ପାଣ୍ଡେ ଗୁଜୁରାଟ ସରକାର ମଧ୍ୟ ଟ୍ରମ୍ପଙ୍କୁ କିଛି ଉପହାର ଦେବାର ଯୋଜନା କରିଛି । ହୃଦୟ କୁଞ୍ଜରେ ଅତିଥିଙ୍କ ଦେଖାବା ପାଇଁ ଏକ ବଡ ଓ ପୁରୁଣା ଚଖାକୁ ରଖାଯିବ ସେମାନଙ୍କ ଆସିବା ପୂର୍ବରୁ । । ଏହା ବ୍ୟତୀତ ଟ୍ରଷ୍ଟି ଟ୍ରମ୍ପଙ୍କୁ ରାଧେକୁଞ୍ଜ ପରିଦର୍ଶନକୁ ନେବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଠାରେ ଗାନ୍ଧୀଙ୍କ ଆବାସସ୍ଥଳୀ ଥିଲା ।

Related posts

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

mahabharatanews

ନିରବଚ୍ଛିନ୍ନ ସେବା ଯୋଗାଇବାକୁ କେବୁଲ, ଡିଟିଏସ କମ୍ପାନୀକୁ କେନ୍ଦ୍ରର ନିର୍ଦ୍ଦେଶ

mahabharatanews

ପାର୍ବତ୍ୟାଞ୍ଚଳ ପାଇଁ ଟାଙ୍କ କିଣିବ ଭାରତ

mahabharatanews

Leave a Comment