ଭୁବନେଶ୍ୱର : ଭାରି ପଡିଲା ଶାଳୀ ପ୍ରେମ । ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ନିର୍ଯାତନା ଦେଉଥିଲା ସ୍ୱାମୀ । ସୂଚନା ଅନୁସାରେ, ତାମାଣ୍ଡୋ ବିଜିପୁରରେ ବାସ କରନ୍ତି ସ୍ୱପ୍ନା । ତାଙ୍କ ଅଭିଯୋଗ ଅନୁଯାୟୀ ଶାଳୀ ସହ ମିଶି ଲିପୁ ନାୟକ ଅର୍ଥାତ ସ୍ୱପ୍ନାଙ୍କ ସ୍ୱାମୀ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ଅଭିଯୋଗ ପରେ ତମାଣ୍ଡୋ ଥାନ ପୋଲିସ ଶାଳୀ ଓ ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ୱପ୍ନାଙ୍କ ଭଉଣୀ ରାଜେସ୍ୱରୀ ମଲ୍ଲୀକ (୨୫) ଗଞ୍ଜାମ ବୁଗୁଡାରେ ବାସ କରନ୍ତି ।
ପୋଲିସ ସୂଚନା ଅନୁସାରେ, ଲିପୁ ସହ ତାର ସ୍ତ୍ରୀ ସ୍ୱପ୍ନା ଓ ଦୁଇ ପୁଅ ଝିଅ ଅଛନ୍ତି । ଲିପୁ ଏକ ବିଅର ଫ୍ୟାକ୍ଟ୍ରିରେ କାମ କରନ୍ତି । ସ୍ୱପ୍ନାର ସମ୍ପର୍କୀୟ ଭଉଣୀ ହେଉଛନ୍ତି ରାଜେସ୍ୱରୀ । ରାଜେସ୍ୱରୀ ମଧ୍ୟ ଉକ୍ତ ବିଅର ବାରରେ କାମ କରନ୍ତି । ସେ ମଧ୍ୟ ବିବାହିତ । ସେ ତାଙ୍କ ସ୍ୱାମୀକୁ ଛାଡି ଦେଇଛନ୍ତି । ଏହା ପରେ ରାଜେସ୍ୱରୀଙ୍କ ପଦ୍ରେମରେ ପଡିଯାଇଥିଲେ ଲିପୁ । ରାଜେସ୍ୱରୀଙ୍କ ଲାଗି ନିଜ ସ୍ତ୍ରୀ ପିଲାଙ୍କୁ ମଧ୍ୟ ଛାଡି ଦେଇଥିଲେ ଲିପୁ । ସ୍ତ୍ରୀ ସ୍ୱପ୍ନା ଲିପୁକୁ ବହୁ ବହୁ ବୁଝାସୁଝା କରିବା ପରେ ମଧ୍ୟ ଶାଳୀ ସହ ମିଶି ଉତପାତ କରିଚାଲିଥିଲା । ଆଉ ସ୍ୱପ୍ନାକୁ ମାରଧର କରୁଥିଲା ।
ଏ ନେଇ ସ୍ୱପ୍ନା ମଧ୍ୟ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲି ବୁଝା ସୁଝା କରି ଆପୋଶ ମିଳାମିଶା କରାଇ ଦେଇଥିଲା । କିନ୍ତୁ ଉଭୟ ପିଣି ମିଶି ସ୍ୱପ୍ନାକୁ ମାରଧର କରିବା ଫଳରେ ପୁଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ସେ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
