ଓଡିଶା

ଶାଳ କାଠ ଚାଲାଣ ବେଳେ ୪ ଗିରଫ

(ମହାଭାରତ, ଦାରିଙ୍ଗିବାଡି): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅଧିନ ବାଲିଗୁଡା ସବ୍ ଡିଭିଜନ୍ ଅଞ୍ଚଳରେ ବେଧଡକ ଭାବେ ଚୋରା କାଠର ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କାଠର ଚୋରା ଚାଲାଣ ଉପରେ ରୋକ ଲଗାଇବା ପାଇଁ ବନ ବିଭାଗ ଏବେ ଅଣ୍ଟା ଭିଡିଛି । ଗୁରୁବାର ଏଠାରେ ଶାଳ କାଠର ଚୋରା ଚାଲାଣ ଚାଲିଥିବା ବନ ବିଭାଗ କର୍ମଚାରୀମାନେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କାଠ ମାଫିଆ ମାନେ ଜଙ୍ଗଲରୁ କାଠ ଚୋରି କରି ବଡଗଡ ନେଇ ଯାଉଥିଲେ । ଏହି ଖବର ବାଲିଗୁଡା ରେଞ୍ଜର ପ୍ରଦୀପ ବେହେରା ପାଇବା ପରେ ବନ ବିଭାଗର ଏକ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ଏକ ମିନି ଟ୍ରକ୍ରେ ଶାଳ କାଠ ବୋଝେଇ ହୋଇ ଯାଉଥିବା ବେଳେ ବନ ବିଭାଗ ଏହାକୁ ଅଟକାଇଥିଲା । ଏଥିରେ ବୋଝେଇ ହୋଇଥିବା ୧୫ଟି ଶାଳ ଗଛର ଗଣ୍ଡିକୁ ବନ ବିଭାଗ ଅଧିକାରୀ ଜବତ କରିଥିଲେ । ଏହାସହ ଏହି କାଠର ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ । ଜଙ୍ଗଲରୁ କାଠର ଚୋରା ଚାଲାଣ ଅଭିଯୋଗରେ ବନ ବିଭାଗ ପୋଲିସ ଏହି ୪ କାଠ ମାଫିଆଙ୍କ ନାଁରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ।

Related posts

ବିଶୋଇ ବ୍ଲକରେ ଆଉ ୩ କରୋନା ପଜିଟିଭ

mahabharatanews

ବିଦ୍ୟୁତ ସଂସ୍ପର୍ଶରେ ଆଶି ଗ୍ରମିକ ଗୁରୁତର

mahabharatanews

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିଭାଗର ସ୍ପଷ୍ଟୀକରଣ, ଖୁବଶୀଘ୍ର ଆସିବ ସଂଶୋଧିତ ଡିଜିଟାଲ କପି

mahabharatanews