Uncategorized

ଶାହୀନବାଗରେ ସିଆରପିଏଫ ମୁତୟନ, ୧୪୪ ଧାରା ଲାଗୁ

(ମହାଭାରତ, ନୂଆଦିଲ୍ଲୀ): ରାଜଧାନୀ ଦିଲ୍ଲୀର ଶାହୀନବାଗରେ ଦୀର୍ଘ ୨ ମାସରୁ ଅଧିକ ଦିନ ଦିନ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଫଳରେ ଏଠାରେ ଯାତାୟତ ପାଇଁ ରାସ୍ତା ବନ୍ଦ ରହିଛି । ଏହା ମଧ୍ୟରେ ଶନିବାର ହିନ୍ଦୁ ସେନା ପକ୍ଷରୁ ଟୁଇଟ୍ କରାଯାଇ ଏହି ଆନ୍ଦୋଳନକୁ ଶେଷ କରାଯିବ ବୋଲି ଘୋଷଣା କରାଯାଇଥିଲା । ଯାହାକୁ ନେଇ ଦିଲ୍ଲୀ ପୋଲିସର ଚିନ୍ତା ବଢିଛି । ହିନ୍ଦୁ ସେନାର ଏହି ଘୋଷଣା ପରେ ଏଠାରେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରି ଦିଲ୍ଲୀ ପୋଲିସ ଶାହୀନବାଗରେ ରବିବାର ସକାଳୁ ୧୪୪ ଧାରା ଲାଗୁ କରିଛି । ଏହାସହ ଏଠାରେ ବ୍ୟାପକ ପୋଲିସ ଓ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ଏକାଠି ନହେବାକୁ ଏକ ପୋଷ୍ଟର ଜରିଆରେ ଦିଲ୍ଲୀ ପୋଲିସ କହିଛି । ଯଦି କେହି ଏହାକୁ ଉଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀର ଦକ୍ଷିଣପୂର୍ବ ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ସକାଳେ ଶାହିନବାଗରେ ବହୁ ପରିମାଣରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହାସହ ଆନ୍ଦୋଳନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ପୋଲିସ ନିବେଦନ କରିଛି । ଶାହିନବାଗ ଆନ୍ଦୋଳନ ବନ୍ଦ କରିବା ପାଇଁ ହିନ୍ଦୁ ସେନା ପକ୍ଷରୁ ଘୋଷଣା କରାଯାଇଥିବାରୁ ଆଗତୁରା ଶାନ୍ତି ବଜାୟ ରଖିବା ପାଇଁ ୧୪୪ ଧାରା ଲାଗୁ କରାଯିବା ସହ ପୋଲିସ ଓ ସିଆରପିଏଫ ଯବାନଙ୍କ ମୁତୟନ କରାଯାଇଛି ବୋଲି ଦିଲ୍ଲୀ ପୋଲିସ ଯୁଗ୍ମ କମିଶନର ଡିସି ଶ୍ରୀବାସ୍ତବ କହିଛନ୍ତି । ସୂଚନାଯୋଗ୍ୟ, ସିଏଏ ପ୍ରତ୍ୟାହାର ଦାବିରେ ଶାହୀନବାଗରେ ଆନ୍ଦୋଳନକାରୀମାନେ ଡିସେମ୍ବର ୧୫ ତାରିଖରୁ ରାସ୍ତା ବନ୍ଦ ରଖିଛନ୍ତି ।

Related posts

ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ

mahabharatanews

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ଲଞ୍ଚ ହେବ 

mahabharatanews

୩ ବନ୍ଦୀ ଫେରାର: ତଦନ୍ତ ନିର୍ଦ୍ଦେଶ ଦେଲେ ପଞ୍ଜାମ ମୁଖ୍ୟମନ୍ତ୍ରୀ

mahabharatanews

Leave a Comment