ଅପରାଧ

ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ୨ ଗିରଫ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମୁପାଣି ଗାଁରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗାଁର ଦୁଇ ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ମୃତ ଶିକ୍ଷକ ଜଣକ ସୁକଦେବ ମାରାଣ୍ଡି ବୋଲି ଜଣାପଡିଛି । ସେ ଝାଡଖଣ୍ଡ ଡୁମୁରିଆରେ ଶିକ୍ଷକତା କରୁଥିଲେ । ଏହି ଘଟଣାରେ ଅଭିଯୁକ୍ତ ମଦନ ମୁର୍ମୁ ଓ ଲାଲ ମୋହନ ମୁର୍ମୁଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ସନ୍ଧ୍ୟାରେ ସୁକଦେବ ଓ ତାଙ୍କ ସ୍ତ୍ରୀ ବିଲକୁ ଯାଇଥିଲେ । ଏହି ସମୟରେ ସୁକଦେବଙ୍କୁ ମଦନ ଓ ତାଙ୍କ ପୁଅ ଲାଲ ମୋହନ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କ ସ୍ତ୍ରୀ ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଜମିଜମାକୁ ନେଇ ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା । ଏହି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Related posts

ପାଣି ପମ୍ପ ଚୋର ଗିରଫ

mahabharatanews

ମୁହଁ ଖୋଲିଲେ ଶର୍ମିଷ୍ଠାଙ୍କ ମା; ହତ୍ୟା ପୂର୍ବରୁ ମାନସଙ୍କ ଶେଷ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା

mahabharatanews

mahabharatanews

Leave a Comment