ଓଡିଶା

ଶିଳ୍ପ ଧୂଆଁରେ କଳିଙ୍ଗନଗର ପାଲଟିଛି ବିଷ ବଳୟ

ଯାଜପୁର: ଯାଜପୁର ଜିଲ୍ଲାରେ ଅବସ୍ଥିତ କଳିଙ୍ଗନଗର ଏବେ ବିଷ ବଳୟ ଶିଳ୍ପାଞ୍ଚଳ ରୂପେ ପରିଗଣିତ ହୋଇଥିବା ସହ ବିଷ ବଳୟରେ ମଧ୍ୟ ପରିଣତ ହୋଇଛି । ଏଠାରେର ଲୋକେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ଗ୍ରୀନଟି ସର୍ଭେ ରିପୋର୍ଟ ଅନୁଯାୟୀ ଏହା ରାଜ୍ୟର ସହର ମଧ୍ୟରୁ ୨ ୟ ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି । ଏଠାରେ ଥିବା କାରଖାନାରୁ ଅଧିକ ମାତ୍ରରେ ଧୂଆଁ ଧୂଳି ବା ୟୁ ଓ ଜଳ ପ୍ରଦୂଷଣ ପାଇଁ କଳିଙ୍ଗ ନଗରବାସୀ ଭୟଭୀତ ହୋଇପଡିଛନ୍ତି । ଦିନେ ସ୍ଥାନୀୟ ଲୋକେ ନୂଆ ଶିଳ୍ପାଞ୍ଚଳକୁ ସ୍ୱାଗତ କରିଥିଲେ କି, ଶିଳ୍ପ ସଂସ୍ଥା ଗଢିଉଠିଲେ ସ୍ଥାନୀୟ ଲୋକେ ରୋଜଗାର ପାଇ ପାରିବେ । ସେମାନଙ୍କ ଜୀବନ ଶୈଳୀରେ ଅଭିବୃଦ୍ଧି ଘଟିବ । କିନ୍ତୁ ବର୍ତ୍ତମାନ ସ୍ଥିତ୍ି ଏପରି ହୋଇଛି, ଲୋକେ ସେଠାରେ ବାସ କରିବାକୁ ସୁରକ୍ଷିତ ମଣୁନାହାନ୍ତି । କାରଖାନାରୁ ନିର୍ଗତ ବର୍ଜବସ୍ତୁ, ଅଳିଆ ପାଣି ଓ ଧୂଆରେ ବାୟୁ ପ୍ରଦୂଷଣ ହେବା ସହ ମାଟି ମଧ୍ୟ ବିଷାକ୍ତ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି କି ଲୋକେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଭୋଗୁଛନ୍ତି । ତେଣୁ ବହୁ ଲୋକ ଘରଡିହ ଛାଡି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହେଉଛନ୍ତି ।

କଳିଙ୍ଗନଗରରେ ଥିବା ୧୫ରୁ ଊଦ୍ଧ୍ୱର୍ କମ୍ପାନୀ ସେମାନଙ୍କ ନିଜ ସ୍ୱାର୍ଥ ପାଇଁ ଉତ୍ପାଦନ ଉପରେ ଗୁରୁତ୍ୱ ଦେବାରେ ଲାଗିଥିବା ବେଳେ କିନ୍ତୁ ବାୟୁ ଏବଂ ଅନ୍ୟାନ୍ୟ ପ୍ରଦୂଷଣ ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ସେମାନେ ଖାଦ୍ୟ ପାଇଁ ବିଲରେ ଚାଷ ଏବଂ ପିଇବା ପାଇଁ ଭଲ ପାଣି ମୁନ୍ଦେ ପାଉନାହାନ୍ତି । ଅନ୍ୟ ପକ୍ଷରେ କାରଖାନାରୁ ନିର୍ଗତ ଧୂଅାଁ ଓ କମ୍ପାନୀ ମଧ୍ୟ ଦେଇ ଯା ଆସ କରୁଥିବା ହଜାର ହଜାର ଗାଡିର ଧୂଆରେ ଲୋକେ ନାକେଦମ । ଏଥିନେଇ ଲୋକେ ନାନା ଚର୍ମ ରୋଗର ଶିକାର ହେଉଛନ୍ତି । କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିବାରୁ ସ୍ଥାନୀୟ ଲୋକେ ଏକ ପ୍ରଜାର ଜୀବିକା ହରାଇବସିଲେଣି । ବିଷ ବଳୟ କଳିଙ୍ଗ ନଗରରେ ଏବେ ଏକ ପ୍ରକାର ଅହକର ଦେଖିବାକୁ ପଡିଲାଣି । ଆଗାମୀ ଦିନରେ ମାତ୍ରାଧିକ ବାୟୁ ପ୍ରଦୂଷଣ ରୋକିବା ଓ ସରକାର ଏଥି ପ୍ରତି ଦୃଷ୍ଟି ନ ଦେଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

Related posts

ଦାୟିତ୍ୱ ସମ୍ପାଦନରେ ଆଗରେ ଅରୁଣ

mahabharatanews

ଲୋକ ମହୋତ୍ସବ ମଣ୍ଡେଇ କବିତା ପାଠ ଅନୁଷ୍ଠିତ

mahabharatanews

୭ ଦିନ ଯାଏଁ ପ୍ରବଳ ବର୍ଷା

mahabharatanews

Leave a Comment