ଓଡିଶା

ଶିଶୁପୁତ୍ରକୁ ଚାପିଦେଲା କାର, କାର ଚକାତଳେ ଚାପି ହୋଇ ଶିଶୁପୁତ୍ର ମୃତ

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ପାସନା ପଞ୍ଚାୟତର ପାଟନା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ କାର ଚକାତଳେ ଚାପି ହୋଇ ଏକ ଶିଶୁ ପୁତ୍ରର ଜୀବନ ଚାଲି ଯାଇଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଅପରାହ୍ନ ସାଢେ ୨ଟା ବେଳେ ଗାଁ ମୁଣ୍ଡ ସ୍କୁଲ ପାଖରେ ଏହି ଗାଁର ଦିନ ମଜୁରିଆ ବାବୁଲା ନାଏକ ଏବଂ ତାଙ୍କର ସାନପୁଅ ୪ ବର୍ଷିୟ ବୁନୁ ନାଏକ ରାସ୍ତା କଡରେ ଏକ ଚାକୁଣ୍ଡା ଗଛ ପାଖରେ ଛିଡା ହୋଇଥିଲେ । ହଠାତ ଗାଁ ଭିତରୁ ଦ୍ରୁତ ଗତିରେ ଏକ କାର ମାଡି ଆସି କୁନି ପିଲାଟି ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଆଗରେ ନିଜ କୁନି ପୁଅର ଜୀବନ ଚାଲି ଯାଇଥିଲା । ଏହା ଦେଖି ଗାଡି ଚାଳକ ଉଭୟ ବାପ ଓ ପୁଅକୁ ଧରି ରାଇରଙ୍ଗପୁର ଡାକ୍ତରଖାନା ନେଇ ସେଠାରେ ଭର୍ତ୍ତି କରିଥିଲେ । ପରେ ରାଇରଙ୍ଗପୁର ଆଦର୍ଶ ଥାନାରେ ନିଜ କାରଟିକୁ ଛାଡି ପଳାଇଥିଲେ । ଶିଶୁର ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତ, ଜାମଦା ବ୍ଲକର ଅଧ୍ୟକ୍ଷା ମାଳତୀ ଆଳଦା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୁ ଗୋପାଲ ଗୋପ, ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ ଆଦି ମେଡିକାଲରେ ପହଞ୍ଚି ମୃତ ଶିଶୁର ପରିବାରକୁ ଶାନ୍ତ୍ୱନା ଦେବା ସହ ସେମାନଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ଦେବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ପ୍ରଦାନ କରିଥିଲେ ।

Related posts

ହସ୍ପିଟାଲରେ ପହଞ୍ଚିଲେ ନବୀନ

mahabharatanews

ପ୍ରେମିକାଠୁ ମନଭରିବା ପରେ ଥାନାର ଦ୍ୱାରସ୍ଥ ବିଧାୟକ!

mahabharatanews

ବରଗଡ଼ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣା: କଣ୍ଟାବାଞ୍ଜି ପ୍ରେସକ୍ଲବର ନିନ୍ଦା ଦାବିପତ୍ର ପ୍ରଦାନ

mahabharatanews