ଓଡିଶା

ଶୁଣ୍ଢରେ କଚାଡି ଦେଲା ହାତୀ, ମହିଳା ଗୁରୁତର

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ସଦର ରେଞ୍ଜ ବନାଞ୍ଚଳରେ ସୋମବାର ଭୋର ସମୟରେ ଏଠାରେ ଗୋଟିଏ ହାତୀ ଶୁଣ୍ଢରେ କଚାଡି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ରେଞ୍ଜ ବନାଞ୍ଚଳରେ ଚାଉଳିଆ ଗାଁର ବିନତି ଷେଣ୍ଢ ନାମକ ଜଣେ ମହିଳା ଭୋର ପ୍ରାୟ ୫ଟା ସମୟରେ କ୍ଷେତକୁ ପରିବା ତୋଳିବାକୁ ଯାଇଥିଲେ । ଏହି ସମୟରେ ଅଚାନକ ଏକ ହାତୀ ତାଙ୍କ ଆଡକୁ ମାଡି ଆସିଥିଲା । ମହିଳା ଜଣକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀଟି ତାଙ୍କୁ ନିଜ ଶୁଣ୍ଢରେ କଚାଡି ଦେଇ ଚାଲି ଯାଇଥିଲା । ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟ ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ହାତୀକୁ ସେହି ଅଞ୍ଚଳରୁ ଘଉଡାଇବା ପାଇଁ ବନବିଭାଗ କର୍ମଚାରୀ ସେଠାରେ ଏଯାଏ ପହଞ୍ଚି ନଥିବା ସୂଚନା ମିଳିଛି ।

Related posts

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

mahabharatanews

ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା; ଉଦ୍ଧାର ହେଲା ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ

mahabharatanews

ଆସନ୍ତାକାଲି ଗଡିବ ବସ, ବନ୍ଦ ହେବନି ସେବା 

mahabharatanews

Leave a Comment