କଳାହାଣ୍ଡି: ଡାକ୍ତରଙ୍କୁ ମର୍ତ୍ତ୍ୟମଣ୍ଡଳର ଭଗବାନ କୁହାଯାଏ । କାରଣ ସେମାନେ ଆମକୁ ରୋଗବ୍ୟରାଗ୍ୟ ତଥା ଦୁର୍ଘଟଣାରେ ମୃତ୍ୟୁସହ ସହ ସଂଗ୍ରାମ କରୁଥିବା ବେଳେ ନୂଆ ଜୀନବ ନେଇଥାନ୍ତି । ତେବେ ଅ।।ଜିର ଯୁଗରେ ସେମିତି ଡାକ୍ତରଙ୍କ ଅଭାବ ରହିଛି । ତଥାପି ଏମିତି କିଛି ଡାକ୍ତର ଅଛନ୍ତି, ଯେଉଁମାନେ ଆଜି ମଧ୍ୟ ସେମାନଙ୍କ ସେବା ମନୋଭାବ ନେଇ ରୋଗୀଙ୍କ ସେବା କରିଥାନ୍ତି । ସେମିତି ଜଣେ ଡାକ୍ତର ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ରଥ । ୨୦୧୫ରୁ ସେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାମ କରିଆସୁଛନ୍ତି । ଏହି ସମୟ କାଳ ମଧ୍ୟରେ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଭଗବ।।ନ ପାଲଟି ଯାଇଥିଲେ । ଏବେ ତାଙ୍କର ବଦଳି ଅନ୍ୟତ୍ର ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ନ୍ଧନାର ଆୟୋଜନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଯିଏ ବି ଯୋଗଦେଇଥିଲେ, ସମସ୍ତଙ୍କ ଆଖିରେ ଲୁହ । କିଏ ଲୁହ ଓ କୋହକୁ ନିଜ ଭିତରେ ଲୁଚେଇବାକୁ ଚେଷ୍ଟା କରୁଥିଲା ତ ପୁଣି କେହି ଭୋ ଭୋ ହୋଇ କାନ୍ଦୁଥିଲା । ଏହି ଆଦିବାସୀ ବହୁଳ ଅଞ୍ଚଳବ।।ସୀଙ୍କ ସେ ଥିଲେ ଅତି ଆପଣାର । ରାତି ବିକାଳୀ ଯିଏ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କ ନିକଟରେ ପହଞ୍ଚୁଥିଲା ସେ ଅବିଳମ୍ବେ ତାର ସେବା କରୁଥିଲେ । ଏବେ ୫ ବର୍ଷ ପରେ ତାଙ୍କର ପୁରୀ ଜିଲ୍ଲା ପିପିଲିକୁ ବଦଳି ହୋଇଛି । ତାଙ୍କୁ ଶୋକାକୁଳ ପରିବେଶରେ ଲୋକେ ବିଦାୟ ଦେଇଛନ୍ତି ।
previous post
next post