ଓଡିଶା

ଶୌଚସାରି ଧୋଇ ହେବାକୁ ଯାଇ ଗଡ଼ିଆରେ ବୁଡି ଦୁଇଭାଇଙ୍କ ମୃତ

(ବିଜୟ କାରୁଆ/ପାଟଣା ) : ସୌଚ ହେଲା କାଳ । ଗଡ଼ିଆରେ ବୁଡି ଦୁଇଭାଇଙ୍କ ମୃତ । ଏଭଳି ଅଭାବନିୟ ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ରାଜନଗର ପଞ୍ଚାୟତ ଅନ୍ତର୍ଗତ ନୂଆଖମନ ବାଙ୍କୀ ସାହିରେ । ସୂଚନା ରୁ ପ୍ରକାଶ ଯେ ଆଜି କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ରାଜନଗର ପଞ୍ଚାୟତ ଅନ୍ତର୍ଗତ ନୂଆଖମନ ବାଙ୍କୀ ସାହିରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଦୁଷ୍ମନ୍ତ ନାଏକଙ୍କ ଦୁଇ ଯଅଁଳା ପୁଅ ବାଦଲ କୁମାର ନାଏକ,ଆକାଶ କୁମାର ନାଏକ ୭ବର୍ଷ ଘର ପାଖ ଏକ ଗଡ଼ିଆରେ ପାଣି ଥିବା ସ୍ଥାନକୁ ଶୌଚ କରିବା କୁ ଯାଇ ଥିଲେ । ଶୌଚ ସାରି ଧୋଇ ହେବାକୁ ଆସିଥିବା ବେଳେ ଜଣେ ଉପରେ ଠିଆ ହୋଇ ଥିବା ବେଳେ ଆଉ ଜଣେ ଧୋଇ ହେବାକୁ ଯାଇ ବୁଡିଯାଉ ଥିଲା । ଏହା ଦେଖି ଉଦ୍ଧାର କରିବାକୁ ଯାଇ ଆଉ ଜଣେ ମଧ୍ୟ ପାଣିରେ ବୁଡି ଯାଇ ଥିଲେ। ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ସ୍ଥାନୀୟ ଲୋକେ ଘରଲୋକ କୁ ଖବର ଦେଇଥିଲେ । ଘର ଲୋକେ ଉଦ୍ଧାର କରି ଦୁଇଭାଇ ଙ୍କୁ ସ୍ଥାନୀୟ ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ସେଠାରେ ଡାକ୍ତର ନ ଥିବା ରୁ ତୁରୁମୁଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ଦୁଇ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିଲା। ସେଠାରେ ଦୁଇ ଭାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related posts

ଟୀକା ନେଇ ୩ମାସ ଶିଶୁର ଅକାଳ ମୃତ୍ୟୁ ଅଭିଯୋଗ

mahabharatanews

ରାଜ୍ୟକୁ ପୁଣି ବାତ୍ୟା ଭୟ

mahabharatanews

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

mahabharatanews