ଓଡିଶା

ଶ୍ରୀଧରଙ୍କ ପରିବାର ପାଇଁ ସରକାରୀ ଆବାସ ଯୋଜନା ସାତ ସପନ

କଣିହାଁ/ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବାଲିପଶି ପଞ୍ଚାୟତ ଅଧିନ ବରପଦା ଗାଁର ଶ୍ରୀଧର ନାଏକ ଜଣେ ଦିନ ମଜୁରିଆ । ତାଙ୍କ ପରିବାର କହିଲେ ପତ୍ନୀ ମଲ୍ଲି, ଝିଅ ରସ୍ମିତା ନାଏକ, ପୁଅ ସୁମନ୍ତ ନାଏକ ଓ ସତ୍ୟବାନ ନାଏକ । ପରିବାରର ରୋଜଗାର କହିଲେ ଶ୍ରୀଧରଙ୍କୁ ହିଁ ବୁଝାଇ ଥାଏ । ଏତିକି ରୋଜଗାରରେ ପାଞ୍ଚ ପ୍ରାଣୀଙ୍କୁ ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର । ୩ଟି ସନ୍ତାନସନ୍ତତି ଦିନ ମୁଲମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ଚଳେ ସପରିବାର । ମାସକୁ ୧୫ଦିନ ମଜୁରୀ କାମ ମିଳିଥାଏ । ତାହାପୁଣି ଗ୍ରାମର ଆଖପାଖ ଅଂଚଳ । ମୁଲିଆ କାମ ନମିଳିଲେ ପରିବାର ଚୁଲି ଜଳିବା ବନ୍ଦ ହୋଇଯାଇଥାଏ ବୋଲି ଶ୍ରୀଧର କୁହନ୍ତି । ଚାଳ ଛପର ଘରେ ରହୁଥିବାରୁ ପକ୍କା ଘର ଖଣ୍ଡିଏ ପାଇଁ ଆବାସ ଯୋଜନାରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ଏଯାଏ ମିଳିନାହିଁ । ବ୍ଲକରେ ଦାୟିତ୍ୱରେ ଥିବା ପୂର୍ବତନ ବିଡିଓ ରାହସ ଚନ୍ଦ୍ର ନାଏକ, ପାଲଲହଡା ବିଧାୟକ ମୁକେଶ ପାଳ ଓ ସ୍ଥାନୀୟ ସରପଂଚଙ୍କୁ ବାରମ୍ବାର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ କାକୁତି,ମିନତୀ ହୋଇ ଗୁହାରୀ କରିଆସୁଥିଲେ ମଧ୍ୟ ଫଳ ଶୁନ ବୋଲି ଶ୍ରୀଧରଙ୍କ ପତ୍ନୀ ମଲ୍ଲି ନାଏକ କୋଭ ଭରା କଣ୍ଠରେ କୁହନ୍ତି । ଏନେଇ ନିକଟରେ କଣିହାଁ ବିଡିଓ ରମେଶ କୁମାର ଜେନାଙ୍କୁ ସରକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଗତ ଶୁକ୍ରବାର ଶ୍ରୀଧର ନେହୁରା ହୋଇଥିଲେ । ଏସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି କଣିହାଁ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି, ପୂର୍ବରୁ ଶ୍ରୀଧରଙ୍କ ସମସ୍ୟା ବିଷୟରେ ଜଣାନଥିଲା । ଶ୍ରୀଧରଙ୍କର ଚାଳଛପର ଘର ଥିବାରୁ ସେ ଆବାସ ଯୋଜନା ଜରିଆରେ ଘର ପାଇବା ପାଇଁ ଯୋଗ୍ୟ । ଖୁବ୍ ଶୀଘ୍ର ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ତାଙ୍କ ବିଡିଓ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମାଳ ମାଳ ଆବସ ଯୋଜନା ଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହୁନାହିଁ । ଫଳରେ ଶ୍ରୀଧରଙ୍କ ପରି ହିତାଧିକାରୀମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ ହେବାରୁ ବଞ୍ଚିତ ହେଉଛନ୍ତି । ଯାହାକି ସରକାରଙ୍କ ଅପାରଗତା ଉପରେ ଅଙ୍ଗୁଳି ନିର୍ନ୍ଦେଶ କରୁଥିବା ବୁଦ୍ଧୀଜୀବୀଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକି କଣିହାଁ ବ୍ଲକର ବରପଦା ଗାଁର ଶ୍ରୀଧରଙ୍କ ଉଦାହରଣରୁ ସ୍ପଷ୍ଟ ଜଣାପଡୁଛି ।

Related posts

କରୋନାରେ ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ ମୃତ୍ୟୁ

mahabharatanews

କାଳବୈଶାଖୀ ଜନିତ ବର୍ଷା: ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

mahabharatanews

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews

Leave a Comment