Uncategorized

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା

(ନୂଆଦିଲ୍ଲୀ): ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି । ରାଜପାକସା ୫ ଦିନିଆ ଭାରତ ଗସ୍ତରେ ଗତ ଶୁକ୍ରବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ । ଏହି ଗସ୍ତ ସମୟରେ ସେ ବୈ÷ଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିବେ । ତେବେ ଦୁଇ ଦେଶ ମଧ୍ୟରେ ଭୌଗୋଳିକ ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ସେ ଭାରତ ଗସ୍ତରେ ଆସିଥିବା ରାଜପାକସା କହିଛନ୍ତି । ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ତେବେ ୫ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ସାରନାଥର ବୁଦ୍ଧ ମନ୍ଦିର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

Related posts

କରୋନା: ଦେଶର ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

mahabharatanews

ଆମେରିକାକୁ ମିଥ୍ୟା ପ୍ରମାଣ କରିବାକୁ ଚୀନ ଦେଲା ତଥ୍ୟ

mahabharatanews

୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ଅନସାରି ପାରୋଲରେ ଆସି ନିଖୋଜ

mahabharatanews

Leave a Comment