ଓଡିଶା

ଶ୍ରେଷ୍ଠ ୧୦୦ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି, ଶିକ୍ଷାଦାନ, ଗବେଷଣା ଆଦି କ୍ଷେତ୍ରକୁ ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟସ୍‌ନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରସ୍ତୁତ କରାଯାଇଛି। ଏହି ତାଲିକାର ଶୀର୍ଷ ସ୍ଥାନରେ ଆଇଆଇଟି ମାଡ୍ରାସ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେରେ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌ ଓ ତୃତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି । ଏନ୍‌ଆଇଟି ରାଉରକେଲାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ପ୍ରଦାନ କରାଯାଇଛି। ଏନ୍‌ଆଇଟି ରାଉରକେଲାକୁ ସର୍ବଭାରତୀୟସ୍ତରରେ ୩୨ତମ ରାଙ୍କ ପ୍ରଦାନ କରାଯାଇଛି। ୩୮ତମ ସ୍ଥାନରେ ସୋଆ ବିଶ୍ବବିଦ୍ୟାଳୟ ରହିଥିବାବେଳେ ୪୪ତମ ସ୍ଥାନରେ କିଟ୍‌, ୫୬ତମ ସ୍ଥାନରେ ଆଇଆଟି, ଭୁବନେଶ୍ବର ରହିଛି। ତେବେ ଓଡ଼ିଶା ସରକାରଙ୍କ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦୦ ରାଙ୍କ ଭିତରେ ରହିଛି। ଏଥର ଉତ୍କଳ ବିଶ୍ବବିଦ୍ୟାଳୟକୁ ୯୬ତମ ରାଙ୍କ ମିଳିଛି।

Related posts

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଆଜି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews