ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ପୋଟଳଡିହା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପୋଟଳଡିହାଗ୍ରାମର ଠାକୁରା ଟୁଡୁ ।
ସୂଚନା ଅନୁଯାୟୀ, ଠାକୁରା ଟୁଡୁ ନିଜ ପୁତୁରା ସହିତ କୌଣସି କାମ ନିମନ୍ତେ ବାଇକ ଯୋଗେ ଉଦଳା ଯାଉଥିଲେ । ବାଇକଟି ଟୁଡୁଙ୍କ ପୁତୁରା ଚଲାଉଥିଲେ । ପୋଟଳଡିହା ଛକ ନିକଟରେ ରାସ୍ତା ପାଶ୍ୱର୍ରେ ଥିବା ମାଟି ଉପରକୁ ବାଇକ ଚଢିଯିବାରୁ ସେ ଭାରସାମ୍ୟ ହରାଇ ବସିଥିଲେ ଓ ଉଭୟ ଟୁଡୁ ଓ ତାଙ୍କ ପୁତୁରା ଘଟଣାସ୍ଥଳରେ ଛିଟିକି ପଡିଥିଲେ । ଏହି ଦୁର୍ଘଟଣାରେ ବାଇକ ପୁତୁରା ଆହତ ହୋଇଥିଲା ବେଳେ ଟୁଡୁଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।