ଓଡିଶା

ସତ୍ୟବାଦୀ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

(ମହାଭାଦରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଆଦର୍ଶ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ ୨୦୨୦-୨୧ ବର୍ଷ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ୩ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ପାଇଁ ୮୦ଟି ସିଟ୍ ରହିଥିବା ବେଳେ ୬୨୦ ଜଣ ପରୀକ୍ଷା ଦେଇଥିଲେ । ସେହିପରି ୭ମ ଶ୍ରେଣୀରେ ୬୦ଟି ସିଟ୍ ପାଇଁ ୯୧ ଜଣ ପିଲା ପରୀକ୍ଷାରେ ବସିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭବମ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର ଓ ବୀରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ପ୍ରବେଶିକା ପରୀକ୍ଷାର ପରିଚାଳନା କରିଥିଲେ । ଚଳିତ ଥର ସତ୍ୟବାଦୀ ବ୍ଲକର ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଏହି ବିଦ୍ୟାଳୟର ଶିକ୍ଷକ ବିନୟ କୁମାର ପରିଡା, ସତ୍ୟବାଦୀ ଦାଶ, ବସନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାପାତ୍ର ଆଦି ପରୀକ୍ଷା ପରିଚାଳନାରେ ଛାତ୍ରଛାତ୍ରୀ ଓ ଅନ୍ୟ ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ସହଯୋଗ କରିଥିଲେ ।

Related posts

ତୈଳ ଟାଙ୍କିରେ ଦସ୍ତଖତ ଅଭିଯାନ କଲା କଂଗ୍ରେସ

mahabharatanews

ରାଜ୍ୟରେ ଆଜି ୨୨୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ବୁଡିଲା ଏମ୍‌ଭି-୯୬ ପୋଲ, ପାଣି ଘେରରେ ଶହ ଶହ ଲୋକେ 

mahabharatanews