ଓଡିଶା

ସବପଲ୍ଲୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସବପଲ୍ଲୀ ବିଦ୍ୟାଳୟର ବାର୍ଷର୍ିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ କୁମାର ପ୍ରଧାନ ଯୋଗ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସବେଶ୍ୱର ବେହେରା ଉତ୍ସବରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍ଫୁଟ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତାରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସ୍କୁଲର ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ସ୍ୱାଇଁ, ଅଶ୍ରୁମୋଚନ ଦାସ, ନୀଳକଣ୍ଠ ଚିନ୍ନରାୟ, ଗଦାଧର ପଣ୍ଡା, ପତିତପାବନ ମହାନ୍ତି ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଲିଲି ବରାଳ, ମନୋରମା ଦେବୀ, ମଞ୍ଜୁବାଳା ଚୌଧୁରୀ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ଅନନ୍ତ ଛାଟୋଇ, ଅଧିର ବରାଳ, ବଂଶୀଧର ମହାପାତ୍ର ଆଦି ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ ।

Related posts

୫୩ ବର୍ଷରେ ପାଦ ଦେଲେ ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀ

mahabharatanews

ଲିଙ୍ଗରାଜଙ୍କ ନିକଟରେ ଲାଗି ହେଲା ଭୋଗ

mahabharatanews

ଆଜିଠୁ ଆରମ୍ଭ ଯୁକ୍ତ ୨ ନାମଲେଖା

mahabharatanews

Leave a Comment