(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଧଡକ ଭାବେ ବନ୍ୟଜନ୍ତୁଙ୍କୁ ଶିକାର ଚାଲିଛି । ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ବେଆଇନ ହୋଇଥିବା ବେଳେ ଏଠାରେ ଗୋଟିଏ ସମ୍ବରର ଶିକାର କରିଥିବା ଜଣେ ଶିକାରୀକୁ ବନବିଭାଗ ଗିରଫ କରିଛି । ଗିରଫ ଶିକାରୀ ନିକଟରୁ ମାଂସ, ବନ୍ଧୁକ ସହ ଧନୁତୀର ଜବତ ହୋଇଛି । ତେବେ ଏହି ଶିକାରରେ ସମ୍ପୃକ୍ତ ଥିବା ଅନ୍ୟ ୭ ଜଣ ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ସୂଚନା ଅନୁଯାୟୀ, ଉଦଳା ବନାଞ୍ଚଳ ଅଧିନ ଆଠପଡା ଅଞ୍ଚଳରେ ବନ୍ୟପ୍ରାଣୀ ଶୀକାର ଚାଲିଥିବା ବନବିଭାଗ ଖବର ପାଇଥିଲା । ଗତକାଲି ରାତିରେ ଏଠାରେ ଚଢାଉ କରିଥିଲା । ଏହି ସମୟରେ ଶିମିଳିପାଳରୁ ଶିକାର କରି ଫେରୁଥିବା ବେଳେ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଥିଲା । ତା ନିକଟରୁୁ ୫୦ କିଲୋ ସମ୍ବର ମାଂସ ଜବତ ପୋଲିସ ଜବତ କରିଛି । ଏହା ସହ ବନ୍ଧୁକ ଓ ଧନୁତୀର ମଧ୍ୟ ଜବତ ହୋଇଛି । ଗିରଫ ଶିକାରୀ ଓ ତାର ସହଯୋଗୀମାନେ ମିଶି ଏକ ବିଶାଳ ସମ୍ବରର ଶିକାର କରିଥିଲେ । ଏହା ଉକ୍ତ ସମ୍ବରର ମାଂସ ବୋଲି ଜଣାପଡିଛି । ତେବେ ବନ ବିଭାଗର ଚଢାଉ ବେଳେ ଶିକାରୀଟି ଧରାପଡିଯାଇଥିବା ବେଳେ ତାର ଅନ୍ୟ ୭ ସହଯୋଗୀ ଘଟଣାସ୍ଥଳରୁ ଖସି ଯାଇଥିଲେ । ତେବେ ଶିମିଳାପାଳ ଅଭୟାରଣ୍ୟ ବେଧଡକ ଶିକାର ଚାଲିଥିବା ଏହା ଉପରେ ରୋକ ଲଗାଇବାରେ ବନ ବିଭାଗ ବିଫଳ ହେଉଛି । ଫଳରେ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
previous post
