ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ କଣ କରାଯିବ ଓ କଣ କରାଯିବ ନାହିଁ ତାହା ଉଲ୍ଲେଖ ରହିଛି । ତେବେ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ତଥା କୌଣସି ଉଲ୍ଲଙ୍ଘନକୁ ବିଶୃଙ୍ଖଳିତ କାର୍ଯ୍ୟରୂପେ ପରିଗଣିତ କରାଯିବ ବୋଲି ଉଲ୍ଲେଖ ରହିଛି ।
ନିର୍ଦ୍ଦେଶନାମା ମୁତାବକ ଅଫିସ ପରିସରରେ ସମସ୍ତ କର୍ମଚାରୀଙ୍କ ପାଇଁ ପୂର୍ଣ୍ଣ ସମୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୁଇ ଜଣଙ୍କ ମଧ୍ୟରେ ୨ ମିଟର ଦୂରତା ରକ୍ଷା କରାଯିବ । ଅନାବଶ୍ୟକ ଏକଜୁଟ, ଭିଡ କରିବା, କରିଡରରେ ବୁଲିବା ମନା । ସମସ୍ତେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ବାରମ୍ବାର ହାତ ଧୋଇବେ । ଅଫିସ କୋଠା ଓ ପରିସରକୁ ନିୟମିତ ସାନିଟାଇଜ କରାଯିବ । ହାତ ଲାଗୁଥିବା ସ୍ଥାନ ଯେପରି ଟେବୁଲ, କବାଟ, ୱାସ ରୁମ ଟ୍ୟାପ ଆଦିକୁ ନିୟମିତ ବିଶୋଧନ କରାଯିବ । ଭିତରକୁ ଆସୁଥିବା ଗାଡିଗୁଡିକୁ ବିଶୋଧନ କରାଯିବ । ଅଫିସକୁ ପସିବା ସମୟରେ ହାତ ସାନିଟାଇଜ କରାଯିବ ।ଦେବା ନେବା ସମୟରେ ସତର୍କତା ଅବଲମ୍ବନ କରାଯିବ । ଅଫିସକୁ ବାହାର ଲୋକଙ୍କ ପ୍ରବେଶ ନିୟନ୍ତ୍ରିତ ରହିବା ସହ ଯିଏ ଆସିବେ ସ୍ୱଳ୍ପ ସମୟରେ ଅଫିସ ଛାଡିବେ । ଡାକକୁ ପ୍ରବେଶ ପଥରେ ଗ୍ରହଣ କରାଯିବ । ଅଫିସ ପରିସରରେ ପାନ, ଗୁଟଖା ଛେପ ପକାଇପାରିବେ ନାହିଁ । କର୍ମଚାରୀ ଅସୁସ୍ଥ ଅନୁଭବ ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବେ । ଜ୍ୱର ଥଣ୍ଡାର ଲକ୍ଷଣ ଥିଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛୁଟି ନେବେ । ବିଭିନ୍ନ ରୋଗରେ ପୀଡିତ ତଥା ଗର୍ଭବତୀ କର୍ମଚାରୀ ସିଧାସଳଖ ସର୍ବସାଧାରଣଙ୍କ ସଂସ୍ପର୍ଶରେ ଆସିବେ ନାହିଁ । ପାହାଚ ବ୍ୟବହାର ନ କରି ଲିପ୍ଟରେ ଯିବା ଆସିବା କରିବେ । ଲିପ୍ଟରେ ୪ରୁ ଅଧିକ ଯିବେ ନାହିଁ ।
previous post