(ନୂଆଦିଲ୍ଲୀ): ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ଘୋଷଣା କରିଥିଲେ । ଗତ ଶୁକ୍ରବାର କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନାମାଙ୍କନ ପାଇଁ ଆମନ୍ତ୍ରଣ କରିଛନ୍ତି । ଏପ୍ରିଲ ୩୦କୁ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ୱେବସାଇଟ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୩୧, ସର୍ଦ୍ଦାର ପଟେଲଙ୍କର ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡିଛି । ବିଜେତାଙ୍କ ଚୟନ ପାଇଁ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ସ୍ୱରାଷ୍ଟ୍ର ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବଛାଯାଇଥିବା ଷ୍ଣ ଜଣ ଖ୍ୟାତିସମ୍ପନ୍ନ ବ୍ୟକ୍ତି ସଦସ୍ୟ ଥିଲେ ।