ଓଡିଶା

ସହାୟତା ନେଇ ଦାବି ପତ୍ର ପ୍ରଦାନ କଲେ ମା’ଶ୍ୟାମଳାଇ ଅଟୋ ମାଲିକ ସଂଘ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ସାରା ଭାରତ କୋରାନା ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତ । ଏହା ଯୋଗୁଁ ସ୍ଥାନୀୟ ଅଂଚଳର ଶତାଧିକ ଅଟୋ •ଳକ ରୋଜଗାର ହରାଇ ବସିଛନ୍ତି । ସ୍ଥାନୀୟ ପୌରାଂଚଳରେ ଲକଡ଼ାଉନ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଯୋଗୁଁ ଅଂଚଳରେ ଅଟୋ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଛି । ଅଧିକାଂଶ ଅଟୋ •ଳକ ଋଣ ଆଣି ଅଟୋ କିଣି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ସମୟରେ ପରିବାର ପ୍ରତିପୋଷଣ କାଠିକର ପାଠ ହୋଇପଡିଥିବା ବେଳେ ବ୍ୟାଙ୍କରୁ ଆଣିଥିବା ଋଣ ବାବଦକୁ କିସ୍ତି ଟଙ୍କା କିପରି ସୁଝିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଏଭଳି ପରିସ୍ଥିତିରେ ଅଟୋ •ଳକମାନଙ୍କ ପାଇଁ କୌଣସି ପ୍ରକାର ସରକାରୀ ସହାୟତା ଘୋଷଣା କରାଯାଇନାହିଁ । ଦୁର୍ଦ୍ଧିନରେ ଥିବା ଅଟୋ •ଳକଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ପୌରାଂଚଳ ମା’ ଶ୍ୟାମଳାଇ ଅଟୋ ମାଲିକ ସଂଘ ପକ୍ଷରୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଶରତ ସାବତ, ସମ୍ପାଦକ ଯୁଧିଷ୍ଟିର ସ୍ୱାଇଁ ଓ କିଛି ଓଟୋ •ଳକ ଉପସ୍ଥିତ ଥିଲେ ।

Related posts

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା

mahabharatanews

ରାଜ୍ୟରେ ବର୍ଷା ସମ୍ଭାବନା, ଜାରି ହେଲା ୟେଲୋ ୱାର୍ଣ୍ଣି

mahabharatanews

ଫି ହ୍ରାସ ପାଇଁ କଙ୍କୋରଡା କଲେଜ ଛାତ୍ରଛାତ୍ରୀଙ୍କ ଦାବି

mahabharatanews