Uncategorized

ସାଧ୍ୱୀ ପ୍ରଜ୍ଞାଙ୍କ ଅଭିଯୋଗର ଜବାବ ଦେଲା ସ୍ପାଇସ ଜେଟ୍

(ଭୋପାଳ): ବିଜେପିର ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ଶନିବାର ସ୍ପାଇସ ଜେଟ୍ ବିରୋଧରେ ଖରାପ ବ୍ୟବହାର ଅଭିଯୋଗ ଆଣିବା ପରେ ଆଜି ବିମାନ କର୍ତ୍ତୃପକ୍ଷ ଏହାର ଜବାବ ରଖିଛନ୍ତି । ଶନିବାର ଦିଲ୍ଲୀରୁ ଭୋପାଳ ୭୮ ଆସନ ବିଶିଷ୍ଟ ସ୍ପାଇସ ଜେଟ ବିମାନରେ ପ୍ରଜ୍ଞା ଠାକୁର ଆସିଥିଲେ । ସେ ବିମାନର ଜରୁରୀକାଳୀନ ସିଟ୍ର ଆଗ ଧାଡିରେ ଥିବା ସିଟ୍ ପାଇଁ ଟିକେଟ କାଟିଥିଲେ । କିନ୍ତୁ ପ୍ରଜ୍ଞା ଠାକୁର ହ୍ୱିଲ ଚେୟାରରେ ଆସିଥିବା ଦେଖି ବିମାନରେ ଥିବା କ୍ର୍ୟୂ ସଦସ୍ୟ ତାଙ୍କ ସିଟ୍ ଅନ୍ୟ ଏକ ସ୍ଥାନକୁ ବଦଳି କରିଦେଇଥିଲେ । ପ୍ରଜ୍ଞା ଠାକୁର ଅସୁସ୍ଥ ଥିବାରୁ ସୁରକ୍ଷା କାରଣରୁ ସେ ଉକ୍ତ ସିଟ୍ରେ ବସି ପାରିବେ ନାହିଁ ବୋଲି ବିମାନ କ୍ର୍ୟୁ ସଦସ୍ୟ କହିଥିଲେ । ଏହାକୁ ନେଇ ପ୍ରଜ୍ଞା ଠାକୁର ଅସନ୍ତୋଷ ପ୍ରକାଶ କରିଥିଲେ । ଏବଂ ସେହି ସିଟରେ ବସିବେ ବୋଲି ଜିଦ୍ ଧରିଥିଲେ । ତେବେ ବିମାନରେ ଥିବା ଯାତ୍ରୀମାନଙ୍କ ଅନୁରୋଧ କ୍ରମେ ତାଙ୍କ ସିଟ୍ ପରିବର୍ତ୍ତନ କରାଯାଇଥିଲା ବୋଲି ସ୍ପାଇସ ଜେଟ୍ କହିଛି । ତେବେ ଭୋପାଳରେ ବିମାନ ଅବତରଣ କରିବା ପରେ କିଛି ସମୟ ପାଇଁ ବିମାନରୁ ପ୍ରଜ୍ଞା ଠାକୁର ଓହ୍ଲାଇ ନଥିଲେ । ଯାହାକୁ ନେଇ ବିମାନ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ଭୋପାଳ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପାଖରେ ସ୍ପାଇସ ଜେଟ୍ ବିମାନ ସଦସ୍ୟ ଖରାପ ବ୍ୟବହାର ଦେଖାଇଥିବା ଓ ତାଙ୍କ ସିଟ୍ ବଦଳି କରିଥିବା ସାଧ୍ୱୀ ପ୍ରଜ୍ଞା ଅଭିଯୋଗ ଆଣିଥିଲେ ।

Related posts

ସୁସ୍ଥ ଲୋକ ପାଇଁ ମାସ୍କର ଆବଶ୍ୟକତା ନାହିଁ: ଏମ୍ସ

mahabharatanews

୭ ପର୍ଯ୍ୟନ୍ତ ଉତ୍ତରପୂର୍ବ ଦିଲ୍ଲୀରେ ସ୍କୁଲ ବନ୍ଦ

mahabharatanews

ସିଏଏ ବିରୋଧୀ ଆନ୍ଦୋଳନରେ ବୋମା ମାଡ, ୨ ମୃତ

mahabharatanews

Leave a Comment