Uncategorized

ସାବଧାନ! ଚିରାଫଟା ଧାର୍ମିକ ପୁସ୍ତକ ଦାନ କରନ୍ତୁ ନାହିଁ, ନଚେତ ଭୋଗିବେ…

(ମହାଭାରତ): ଦାନ, ଧର୍ମ ଜୀବନର ସବୁଠାରୁ ପୁଣ୍ୟ କାମ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ସକ୍ଷମତା ଅନୁସାରେ ଦାନ କରିବା ଉଚିତ । କିନ୍ତୁ କେବେ କେବେ ବ୍ୟକ୍ତି ଅଜଣାରେ ଏମିତି କିଛି ଦାନ କରି ଦେଇଥାଏ, ଯାହା ସୌଭାଗ୍ୟ ବଦଳରେ ଦୁଃଭାର୍ଗଭ୍ୟକୁ ଡାକିଆଣିଥାଏ । ଶାସ୍ତ୍ରରେ ଏମିତି ଅନେକ ଜିନିଷ ବିଷୟରେ ଉଲ୍ଲେଖ ରହିଛି, ଯାହାକୁ ଆପଣ ଦାନ କରିବେ  ।

୧- ଝାଡୁ ଦାନ କରିବା ଦ୍ୱାରା ମା’ଲକ୍ଷ୍ମୀ ରାଗି ଯାଆନ୍ତି । ସବୁବେଳେ ଘରେ ଅଭାବ, ଅନଟନ , ଲାଗିରହିଥାଏ । ବ୍ୟବସାୟରେ କ୍ଷତି ହୋଇଥାଏ ଓ ସବୁ ଗଚ୍ଛିତ ଧନ ଧୀରେ ଧୀରେ ସରିଯାଇଥାଏ ।
୨- କୌଣସି ବି ଲେ।କକୁ ନିଜର ପୁରୁଣା କପଡା ଦାନ କରିବା ଅଶୁଭ ହୋଇଥାଏ । କୁହାଯାଏ,ଏମିତି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ରହିନଥାଏ ।
୩- ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ତେଲ ଦାନ କରିବା ଶୁଭ ହୋଇଥାଏ । କିନ୍ତୁ ଖରାପ ତେଲ କିମ୍ବା ଉପଯୋଗ ହୋଇଥିବା ତେଲକୁ କେବେ ବି ଦାନ କରନ୍ତୁ ନାହିଁ । ଏଥିରେ ଶନିଦେବ ରାଗି ଯାଆନ୍ତି । ଘରେ ଅଶାନ୍ତି ବଢିଥାଏ ଏବଂ ଅନେକ ବିପତ୍ତି ମାଡିଆସିଥାଏ ।
୪- ନିଜ ପାଠବହି,ଧାର୍ମିକ ଗ୍ରନ୍ଥ ଦାନ କରିବା ଭଲ କାମ ହୋଇଥାଏ । କିନ୍ତୁ ଏହା ଚିରିଯାଇଥିଲେ କଦାପି ଆଉ କାହାକୁ ଦିଅନ୍ତୁ ନାହିଁ । କାରଣ, ଚିରା ଧାର୍ମିକ ପୁସ୍ତକ ଦାନ କରିବା ଦ୍ୱାରା କାମରେ ବାଧା ଉପୁଜିଥାଏ । ଦାନ ଦେଉଥିବା ବ୍ୟକ୍ତି ସବୁବେଳେ ଭୁଲ ନିଷ୍ପତ୍ତି ନେଇଥାଏ ।
୫- କେବେ ବି ବାସି ଖାଦ୍ୟ ଦାନ ଦିଅନ୍ତୁ ନାହିଁ । ଏମିତି କଲେ, ଘରର ସଦସ୍ୟ ରୋଗାକ୍ରାନ୍ତ ହୋଇଯାଆନ୍ତି । ବିବାଦ, କୋର୍ଟ କଚେରୀରେ ପଇସା ଖର୍ଚ୍ଚ ହୋଇଯାଇଥାଏ ।

Related posts

କିଛି ରୋଗୀଙ୍କଠାରେ ରେଟ୍ରୋଭାଇରାଲ ଔଷଧ ପ୍ରୟୋଗ କରାଯାଉଛି: ହର୍ଷ ବର୍ଦ୍ଧନ

mahabharatanews

ବିଚାର ବିଭାଗୀୟ ହାଜତକୁ ଗଲେ ହାର୍ଦ୍ଧିକ

mahabharatanews

ଧାରା ୩୭୦ ଉଚ୍ଚେଦକୁ ପୁରିଲା ୧୪୫ ଦିନ

mahabharatanews

Leave a Comment