ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ କୋର୍ଟରେ ସାବରୀମାଲା ମନ୍ଦିର ମାମଲାରେ ଶୁଣାଣି ହୋଇଛି । ଏହି ପ୍ରସଙ୍ଗରେ ପୁନର୍ବି·ର ଯାଚିକା ଉପରେ ଖୁବଶୀଘ୍ର ଏକ ବଡ଼ ସାମ୍ବିଧାନିକ ପୀଠ ଗଠନ କରାଯିବ ଓ ସେହି ପୀଠ ଏହି ମାମଲା ସହ ସମ୍ପୃକ୍ତ ଯାଚିକା ଉପରେ ଶୁଣାଣି କରିବେ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ଅ।ଜି ସାବରୀମାଲା ମନ୍ଦିର ମାମଲାର ଶୁଣାଣି କରି ଖୁବଶୀଘ୍ର ଏକ ବଡ଼ ସାମ୍ବିଧାନିକ ପୀଠ ଗଠନ ହେବ ବୋଲି କହିଛନ୍ତି । ଏଥିସହ ବିନ୍ଦୁ ଅ ।ମ୍ମିନୀ ଓ ରେହନା ଫାତିମାଙ୍କୁ ଅ।ସନ୍ତା ଶୁଣାଣି ଯାଏଁ ପୋଲିସ କଡ଼ା ସୁରକ୍ଷା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଏସଏ ବୋବୋଡ଼େ କହିଛନ୍ତି ଯେ, ସାବରୀମାଲା ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିବା ପାଇଁ ଅନୁମତି ନେଇ କରାଯାଇଥିବା ଅ।ବେଦନ ଉପରେ ଆଗାମୀ ଦିନରେ ଶୁଣାଣି ହେବ । କିନ୍ତୁ ଏହାକୁ ପୁଣି ଏକ ବଡ଼ ପୀଠକୁ ପୁନର୍ବିଚାର ଯାଚିକା ପାଇଁ ରେଫର କରାଯାଇଛି । ତେଣୁ ଏହି ମାମଲାରେ ଯେପରି କୈାଣସି ପ୍ରକାର ହିଂସାତ୍ମକ ବାତାବରଣ ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ସୁପ୍ରିମ କୋର୍ଟ ଶୁଣାଣି କାଳରେ ପ୍ରକାଶ କରିଛନ୍ତି ।