ଓଡିଶା

ସାବେରୀ ନଦୀରୁ ଅଚିହ୍ନା ଗଳିତଶବ ଉଦ୍ଧାର

ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ପ୍ରବାହିତ ସାବେରୀ ନଦୀରୁ ଆଜି ଏକ ଅଚିହ୍ନା ଗଳିତ ଶବ ପୁଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ସାବେରୀ ନଦୀ ମୋଟୁ ଘାଟ ନିକଟରେ ଏକ ଗଳିତ ଶବ ଭାସୁଥିବାର ଗ୍ରାମବାସୀ ଦେଖି ମୋଟୁ ଥାନାକୁ ଜଣାଇଥିଲେ ।ସୂଚନା ପାଇ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝୀ ପୁଲିସ ସଦଳବଳ ନଦୀଘାଟରେ ପହଁଚି ପାଣିରୁ ଶବଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଶବଟି ପଚି କଙ୍କାଳ ହୋଇଯାଇଥିବାରୁ ଏହାକୁ ଚିହ୍ନିବା ସମ୍ଭବ ହୋଇନଥିଲା । ମୋଟୁ ଥାନାରେ ଏକ କେସ ଅପମୃତ୍ୟୁ ମାମଲା ରୁଜୁକରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବବ୍ୟବଛେଦ ନିମନ୍ତେ ପଠାଇ ଦିଆଯାଇଛି । ଏହି ଶବଟି ସୀମାନ୍ତ ଛତିଶଗଡ ଆଡୁ ସାବେରୀ ନଦୀରେ ଭାସି ଆସି ମୋଟୁ ଘାଟ ନିକଟରେ ଲାଗିଥିବା ପୁଲିସ ସନ୍ଦେହ କରିଛି।

Related posts

ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

mahabharatanews

ବାତ୍ୟାକୁ ନେଇ ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର

mahabharatanews

ବର୍ଷାରେ ଭିଜୁଛି ରାଜ୍ୟ, ୪ ଦିନ ବର୍ଷାରୁ ନାହିଁ ନିସ୍ତାର

mahabharatanews