ଓଡିଶା

ସାମ୍ବାଦିକ ସୁରକ୍ଷା ପାଇଁ ସତ୍ୟବାଦୀ ପ୍ରେସକ୍ଳବ ପକ୍ଷରୁ ଦାବି

ଗୋପ: ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକା ସ୍ୱାତି ଜେନାଙ୍କୁ ସିଟି ଟାଉନରେ ଯେଉଁପରି ଭାବରେ ଅ ।କ୍ରମଣ କରାଯାଇଛି ତାହାକୁ ସତ୍ୟବାଦୀ ପ୍ରେସ ନିନ୍ଦା କରିଛି । ସତ୍ୟ ଘଟଣା ପ୍ରକାଶ କରିବାକୁ ବା ଖବର ସଂଗ୍ରହ କରିବାକୁ ଅ ।ସି ଅ ।କ୍ରମଣ ଶିକାର ହୋଇଛନ୍ତି । ଏହି ଘଟଣା ପରେ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ । ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଅ ।ଇନ ଲାଗୁ କରିବା ପାଇଁ ସତ୍ୟବାଦୀ ପ୍ରେସ କ୍ଳବ ପକ୍ଷରୁ ଦାବି ହୋଇଛି । ଏହି ଅବସରରେ ସତ୍ୟବାଦୀ ପ୍ରେସ କ୍ଳବର ସଦସ୍ୟମାନେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ବିଭିନ୍ନ ଲେଖା ଥିବା ପ୍ଳାର୍କାଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଅମର ଶତପଥୀ, ଅଶୋକ ମିଶ୍ର, ଅଶୋକ ବେହେରା, ଧୀରେନ୍ଦ୍ର ସେନାପତି, ଦେବତିକ୍ତ ମିଶ୍ର, ତୁଷାର ରଂଜନ ନାୟକ, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ସହ ସାମାଜିକ କର୍ମୀ ଶୁଭଦର୍ଶୀ ମହାପାତ୍ର ଓ ପ୍ରଭାତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଘଟଣାକୁ ଘୋର ନିନ୍ଦା କରିଥିଲେ ।

Related posts

ଶୀତ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ

mahabharatanews

୧୨ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ 

mahabharatanews

ହୋଲି ପାଳନ ପାଇଁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

mahabharatanews

Leave a Comment