ଓଡିଶା

ସାଲେପୁରରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ, ୧୦୨ୟୁନିଟ ରକ୍ତ ସଂଗ୍ରହ

ତାରାକାନ୍ତ ନାୟକ/ ସାଲେପୁର: ଆଜି କଟକ ଜିଲ୍ଲା ସାଲେପୁର ବିଧାୟକ ତଥା ଜିଲ୍ଲା ବିଜୁ କୃଷକ ସେଲ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଜନ୍ମଦିନ । ଜନ୍ମଦିନ ଅବସରରେ ସ୍ଥାନୀୟ ସତ୍ୟଲକ୍ଷ୍ମୀ ମଣ୍ଡପ ପରିସରରେ ବ୍ଲକ ଯୁବ ଓ ଛାତ୍ର ବିଜେଡି ମିଳିତ ସହଯୋଗରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଦୂରତା ରକ୍ଷାକରି ୧୦୨ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାରର ଡାକ୍ତର ଓ ସହଯୋଗୀଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା। ଛାତ୍ର ଓ ଯୁବ ବିଜେଡି କର୍ମୀମାନେ ସୁଚାରୁ ରୂପେ କାର୍ୟ୍ୟ ନିର୍ବାହ କରିଥିଲେ। କାର୍ୟ୍ୟକ୍ରମରେ ମାନ୍ୟବର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାନ କରିଥିଲେ। ବ୍ଲକଆତ୍ମା ସଭାପତି ଦିଲ୍ଲୀପ ଦାଶ, ବ୍ଲକ ବିଜେଡିର ସଭାପତି ଅନନ୍ତ ପ୍ରଧାନ, କାର୍ୟ୍ୟକାରୀ ସଭାପତି ସମାଜ ସେବୀ ନାରାୟଣ ପତି, ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।

Related posts

ନିମ୍ନମାନର କାମ: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଘାଇ

mahabharatanews

ଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀ

mahabharatanews

ଗାଡି ଧକ୍କାରେ ୨ଜଣକର ମୃତ୍ୟୁ ଜଣେ ଗୁରୁତର

mahabharatanews