Uncategorized

ସାହିନବାଗ: ପ୍ରଦର୍ଶନକାରୀ ନିଜ ଜିଦିରେ ଅଟଳ

ମହାଭାରତ, ନୂଆଦିଲ୍ଲୀ: ସାହିନ ବାଗ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ମଦ୍ୟସ୍ଥତା ପାଇଁ ନିୟୋଜିତ ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନଙ୍କ ମତରେ ଏକ ମତ ହୋଇନାହାନ୍ତି ପ୍ରଦର୍ଶନକାରୀ । ଆଜି ମଧ୍ୟସ୍ଥଙ୍କ ବୈଠକ ବେଳେ ପ୍ରଦର୍ଶନକାରୀ ମହିଳା କହିଛନ୍ତି, ମଧ୍ୟସ୍ଥଙ୍କ ସର୍ତ୍ତରେ ସେମାନେ ରାଜି ନୁହଁନ୍ତି । ଜଣେ ପ୍ରଦର୍ଶନକାରୀ ମହିଳା ମେହରୁନିଶା କହିଛନ୍ତି, ସେମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଆଲୋଚନା ପାଇଁ ୨୦ ଜଣିଆ ସଦସ୍ୟ ବିଶିଷ୍ଟ ଏତ ଦଳକୁ ଅନୁମତି ଦିଆଯିବ । କିନ୍ତୁ ରାମଚନ୍ଦ୍ରଙ୍କ ଏହି ପ୍ରସ୍ତାବରେ ପ୍ରଦର୍ଶନକାରୀ ରାଜି ନୁହଁନ୍ତି । ଏପରି କରାଗଲେ ଅନ୍ୟମାନଙ୍କ ସହ ବିଶ୍ୱାସଘାତକତା ହେବ ଯେଉଁମାନେ ଦଳରେ ସାମିଲ ହେବେ ନାହିଁ । ଯାହା ଆଲୋଚନା କରିବାର ଅଛି ସମସ୍ତଙ୍କ ଉପସ୍ଥିତିରେ ହେଉ ବୋଲି ମେହରୁନିଶା କହିଥିଲେ । ଅନ୍ୟଜଣେ ପ୍ରଦର୍ଶନକାରୀ କହିଛନ୍ତି, ବିକ୍ଷୋଭରେ ଆମେ ସମସ୍ତେ ଏକ।।ଠି ବସିଛୁ ତ ଆଲୋଚନା ସମସ୍ତେ କରିବୁ । ଆମେ ଏଠାରେ ବର୍ଷା ଶୀତ ସହି ବସିଛୁ । ଏହି ସ୍ଥାନ ଛାଡିବୁ ନାହିଁ । ଯଦି ବିକ୍ଷୋଭ ଶେଷ କରିବାର ଅଛି ତେବେ ସିଏଏ ଓ ଏନଆରସିକୁ ଫେର।।ଇ ନିଅନ୍ତୁ । ଅନ୍ୟଜଣେ ହିନ୍ଦୁ ମହିଳା କହିଥିଲେ, ବିକ୍ଷୋଭ ସମୁହଭାବେ ହୋଇଛି ତ ଆଲୋଚନା ଦଳ ଭିତ୍ତିରେ ହେବ ନାହିଁ ।

Related posts

କୋରୋନା: ବ୍ରିଟେନରେ ପ୍ରଥମ ମୃତ୍ୟୁ ସ୍ପଷ୍ଟ, ଆମେରିକାରେ ୧୨

mahabharatanews

ଇଟାଲୀରେ ଦିନକରେ ୪୭୫ ଜଣଙ୍କ ମୃତ୍ୟୁ

mahabharatanews

ଦିଲ୍ଲୀ ମୁହାଁ ପଙ୍ଗପାଳ

mahabharatanews

Leave a Comment