Uncategorized

ସାହିନବାଗ ପ୍ରସଙ୍ଗରେ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ହୋଇଥିବା ହିଂସା ଘଟଣା ଓ ଏଥିସମ୍ବନ୍ଧିତ ଅନ୍ୟ ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସିଏଏ ବିରୋଧରେ ଶାହିନବାଗରେ ହୋଇଥିବା ଆନ୍ଦୋଳନ ଓ ଅନ୍ୟ ୮ ସ୍ଥାନରେ ହେଉଥିବା ପ୍ରଦର୍ଶନକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ରକୁ ଜବାବ ମାଗିଛନ୍ତି କୋର୍ଟ । ଦିଲ୍ଲୀ ହାଇକୋଟଙ୍କ ମୁଖ୍ୟ ବିଚାରପତି ଡିଏମ ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଆବେଦନକାରୀ ଅଜୟ ଗୌତମ କୋର୍ଟରେ ପକ୍ଷ ରତ୍କ କହିଛନ୍ତି, ଏହି ଆନ୍ଦୋଳନ ପାଇଁ ଦିଲ୍ଲୀବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ହୋଇଛି । ଏହାକୁ ନେଇ ଏବେ ଦିଲ୍ଲୀ ପୁଲିସ, ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରରଙ୍କୁ ନୋଟିସ କରି ୩୦ ଏପ୍ରିଲ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି । ଆବେଦନକାରୀ ସିଏଏ ବିରୋଧୀ ଧାରଣା ଓ ପ୍ରଦର୍ଶନକୁ କିଏ ଫଣ୍ଡିଂ କରୁଛି, ଏହି ମାମଲାରେ ତନ୍ତ ହେବା ଅବଶ୍ୟକ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ସିଏଏ ବିରୋଧରେ ଶହିନବାଗରେ ୨ ମାସରୁ ଅଧିକ ଦିନ ହେବ ମହିଳାମାନେ ଏକାଠି ହୋଇଛନ୍ତି । ଏହି ରାସ୍ତା ଜାମ ହେବାରୁ ନୋଏଡା-ଫରିଦାବାଦ ରାସ୍ତା ବନ୍ଦ ହୋଇଯାଇଛି । ତେଣୁ ଏହି ରାସ୍ତା ପାଖରେ ରହୁଥିବା ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଗତ ସପ୍ତାହରେ ନୋଏଡା-ଫରିଦାବାଦ ରାସ୍ତାର ଗୋଟିଏ ପାଖ ଖୋଲ।।ଯାଇଛି ।

Related posts

୯୭ ବର୍ଷୀୟା ବୃଦ୍ଧା ପଞ୍ଚାୟତ ନିର୍ବାଚନରେ ବିଜୟୀ

mahabharatanews

ଆଫ୍ରିକୀୟ ଚିତା ଆମଦାନୀକୁ ସୁପ୍ରିମ କୋର୍ଟଙ୍କ ଅନୁମତି

mahabharatanews

ପାହାଡ଼ର ମଝିରେ ଗଢି ଉଠିଛି ଅଲଙ୍ଗ ସହର

mahabharatanews

Leave a Comment