Uncategorized

ସିଏଏକୁ ନେଇ କେସିଆର ଭ୍ରମ ସୃଷ୍ଟି କରୁଛନ୍ତି: କିଶନ ରେଡ୍ଡି

(ମହାଭାରତ, ହାଇଦ୍ରାବାଦ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜି କିଶନ ରେଡ୍ଡି ଏଭଳି କହିଛନ୍ତି । ସିଏଏ କୌଣସି ଭାରତୀୟ ନାଗରିକର ନାଗରିକତାକୁ ଛଡାଇ ନେବ ନାହିଁ । ଏହି ଆଇନ କୌଣସି ସମ୍ପ୍ରଦାୟର ମଧ୍ୟ ବିରୋଧ କରୁନି । ଏହା କେସିଆର ବୁଝିବା ଆବଶ୍ୟକ । ସେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କିଶନ କହିଛନ୍ତି । ରବିବାର ତେଲେଙ୍ଗାନା କ୍ୟାବିନେଟ ସିଏଏ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଗୃହୀତ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ କିଶନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ, ଏହି ଆଇନ ବିରୋଧରେ ପୂର୍ବରୁ କେରଳ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ନିଜ ନିଜ ବିଧାନସଭାରେ ପ୍ରସ୍ତାବ ଗୃହୀତ କରିଛନ୍ତି ।

Related posts

ଶିନାଜିୟାଙ୍ଗରେ ସଂଖ୍ୟାଲଘୁ ମୁସଲମାନଙ୍କ ନରସଂହାର ହେଉଛି: ଆମେରିକା

mahabharatanews

କେନ୍ୟା: ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ

mahabharatanews

ଘରୋଇ ବିମାନ ଉଡାଣରେ ୧ଲକ୍ଷ ୩୭ହଜାର ୭୨୫ ଯାତ୍ରୀ ଯାତ୍ରା କରିଛନ୍ତି: ପୁରୀ

mahabharatanews