Uncategorized

ସିଏଏ ଉଚ୍ଛେଦ କରିବାକୁ ଗୋଆ ଆର୍କ ବିଶପଙ୍କ ଅପିଲ୍

(ପାନାଜି): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ପୂର୍ବରୁ କେରଳ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବା ବେଳେ ବର୍ତ୍ତମାନ ଗୋଆ କାଥୋଲିକ କମ୍ୟୁନିଟିର ଆର୍କବିଶପ ବା ମୁଖ୍ୟ ପାଦ୍ରୀ ଫିଲିପ ନେରି ଫେରାରୋ ଏନେଇ ମୁହଁ ଖୋଲିଛନ୍ତି । ଗୋଆ କାଥୋଲିକ ସମ୍ପ୍ରଦାୟ ତରଫରୁ ଏହି ଆଇନ ଦେଶର ଧର୍ମନିିରପେକ୍ଷତା ବିରୁଦ୍ଧ ବୋଲି ଦର୍ଶାଇ ଏହାକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । ଏହାସହ ଜାତୀୟ ନାଗରିକତ୍ୱ ପଞ୍ଜିକରଣ (ଏନଆରସି)କୁ ଦେଶରେ ଲାଗୁ ନ କରିବା ପାଇଁ ସେ କହିଛନ୍ତି । ସିଏଏ ଦେଶର ଧର୍ମ ନିରପେକ୍ଷତାର ବିରୁଦ୍ଧାଚାରଣ କରୁଛି । ଏହା ଅନନ୍ତକାଳରୁ ରହି ଆସିଥିବା ମାତୃଭୁମୀ ପ୍ରତି ଆମ ବିଶ୍ୱାସର ପରୀକ୍ଷା ନେଉଛି । ସିଏଏ, ଏନଆରସି ଏବଂ ଏନପିଆର ଦେଶବାସୀଙ୍କ ମଧ୍ୟରେ ଭେଦ ଭାବ ସୃଷ୍ଟି କରିବା ସହ ଦେଶର ଗଣତନ୍ତ୍ର ଉପରେ ନକରାତ୍ମକ ପ୍ରଭାବ ପକାଉଛି ବୋଲି ଗୋଆ ଆର୍କବିଶପ୍ କହିଛନ୍ତି ।

Related posts

ଛୋଟ ପିଲାଙ୍କୁ କୋରୋନାରୁ କେମିତି ରଖିବେ ସୁରକ୍ଷିତ?

mahabharatanews

ଏପ୍ରିଲ ୩୦ ଯାଏ ଲକଡାଉନ ଘୋଷଣା କଲା ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ

mahabharatanews

ସିଂହଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି

mahabharatanews