ଓଡିଶା

ସିଏଏ ଉଚ୍ଛେଦ ଦାବିରେ ନବରଙ୍ଗପୁରରେ ବିଶାଳ ରାଲି

(ମହାଭାରତ, ନବରଙ୍ଗପୁର): କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ନବରଙ୍ଗପୁରରେ ରବିବାର ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଆଇନକୁ ଉଚ୍ଛେଦ କରିବାକୁ ୫ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ଏସଟି, ଏସସି, ଓବିସି, ଖ୍ରୀଷ୍ଟିଆନ ଏବଂ ମୁସଲିମ ସଂଖ୍ୟାଲଘୁ ଏକତା ମଞ୍ଚ ଏହି ରାଲିର ଆହ୍ୱାନ ଦେଇଥିଲା । ନବରଙ୍ଗପୁର ଚାମୁରିଆଗୁଡା ଠାରୁ ଏହି ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରେ ଆନ୍ଦୋଳନକାରୀମାନେ ପହଞ୍ଚି ସିଏଏକୁ ଉଚ୍ଛେଦ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବିକ୍ଷୋଭକାରୀମାନେ ସିଏଏ ସମେତ ଏନଆରସି ଓ ଏନପିଆରକୁ ମଧ୍ୟ ଏହି ରାଲି ବେଳେ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସିଏଏ ଲାଗୁ କରି କେନ୍ଦ୍ର ସରକାର ସମ୍ବିଧାନ ଉପରେ ଆଘାତ କରୁଛନ୍ତି ବୋଲି ପ୍ରଦର୍ଶନକାରୀମାନେ ପ୍ରତିକ୍ରିୟା ଦେଇଥିଲେ । ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶାଳ ରାଲି ଓ ଜନ ସମାବେଶ ଦେଖିବାକୁ ମିଳିଥିବାରୁ ଏହାର ପ୍ରଭାବ ନିଶ୍ଚିତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ପଡିବ ବୋଲି ପ୍ରତିବାଦକାରୀମାନେ ପ୍ରକାଶ କରିଛନ୍ତି ।

Related posts

କଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକ

mahabharatanews

ଅଚାନକ ବଦଳିଲା ପାଗ : ୨ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା  

mahabharatanews

ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ୱାରରେ ସଂପର୍ଣ୍ଣ

mahabharatanews

Leave a Comment