(ମହାଭାରତ ): ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରିବାରେ ଉତ୍ତରପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ, ଖ୍ରୀଷ୍ଟିଆନ ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ୟୁପିର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ ଏମାନଙ୍କ ସଂଖ୍ୟା କେତେ ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ଯୋଗୀ ସରକାର ପଦେକ୍ଷପ ଗ୍ରହଣ କରିଛନ୍ତି । ତେବେ ଉପରୋକ୍ତ ଦେଶଗୁଡିକରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ୟୁପି ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଅବିନାଶ ତିୱାରୀ କହିଛନ୍ତି । ଉତ୍ତରପ୍ରଦେଶରେ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କ ସଂଖ୍ୟା କମ ରହିଥିବା ବେଳେ ପାକିସ୍ତାନ ଓ ବାଲାଂଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କ ସଂଖ୍ୟା ସର୍ବାଧିକ ରହିଛି ବୋଲି ତିୱାରୀ କହିଛନ୍ତି ।
previous post