Uncategorized

ସିଏଏ ବିରୋଧରେ ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

(ଚେନ୍ନାଇ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧ ଥମିବାର ନାଁ ନେଉନାହିଁ । ଏହାକୁ ବିରୋଧ କରି ରବିବାର ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ ଚେନ୍ନାଇ ଠାରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି । ଫେବୃଆରୀ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଡିଏମକେ ଓ ଏହାର ସହଯୋଗୀ ଦଳଗୁଡିକ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ଦସ୍ତଖତ ଅଭିଯାନରେ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିବା ଷ୍ଟାଲିନ କହିଛନ୍ତି । ଏହି ସମସ୍ତ ଦସ୍ତଖତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସେ କହିଛନ୍ତି । ଏହାପରେ ସେ ଶନିବାର ଲୋକସଭାରେ ଉପସ୍ଥାପନ କରାଯାଇଥିବା ବଜେଟକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି । ଚଳିତ ବଜେଟରେ ଗରିବ ଓ ପଛୁଆ ବର୍ଗଙ୍କ ପାଇଁ କୌଣସି ସୁବିଧା କରାଯାଇ ନାହିଁ । ଏଥିରେ ଦେଶର ବେକାରୀ ସମସ୍ୟାର ସମାଧାନ ହେବନାହିଁ । ଏହା କେବଳ କୋଟିପତିଙ୍କୁ ସୁହାଇବା ଭଳି ବଜେଟ୍ ବୋଲି ସେ ମତ ରଖିଛନ୍ତି ।

Related posts

ଦେଶରେ ବିକଟ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୩୫୬୧ ଆକ୍ରାନ୍ତ, ୮୯ ମୃତ୍ୟୁ

mahabharatanews

ଦେଶରେ ୨୪ ଘଣ୍ଟାରେ ୫୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ: ୧୩୨ ମୃତ

mahabharatanews

କାବୁଲ ବିମାନ ବନ୍ଦର ବିସ୍ଫୋରଣ: ବାଇଡେନଙ୍କ ଯୁଦ୍ଧଡାକରା

mahabharatanews