Uncategorized

ସିଏଏ ହିଂସା: ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ କରିବେ ୧୩୦ ଜଣ

ଲକ୍ଷେ୍ନø: ନାଗରିକତା ସଂଶୋଧନ ଅ ।ଇନ (ସିଏଏ)କୁ ବିରୋଧ କରିବାକୁ ଯାଇ ହିଂସା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ପାଖରୁ କ୍ଷତିପୂରଣ ପାଇଁ ଉତ୍ତର ପ୍ରଦେଶ ସରକାର ପ୍ରକ୍ରିୟା ଆରମ୍ଭ କରିଛି । ମୋଟ ୧୩୦ ଜଣଙ୍କୁ ସିସିଟିଭି ଓ ଅନ୍ୟ ପ୍ରକ୍ରିୟାରେ ଚିହ୍ନଟ କରି ସରକାର ସେମାନଙ୍କୁ ନୋଟିସ୍ ପଠାଇଛି । ଏହି ୧୩୦ ଜଣଙ୍କ ପାଖରୁ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯଦି କ୍ଷତିପୂରଣ ନକରିବେ ତାହେଲେ ସରକାର ସେମାନଙ୍କ ପାଖରୁ ସମ୍ପତ୍ତି ଜବତ କରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ଉତ୍ତର ପ୍ରଦେଶର ରାମୁପୁରର ୨୮ ଜଣ, ସମ୍ଭଳର ୨୬ ଜଣ, ବିଜନୋରର ୪୩ ଓ ଗୋରଖପୁରର ୩୩ ଲୋକଙ୍କୁ ନୋଟିସ୍ ପଠାଯାଇଛି । ହିଂସା ବେଳେ ରାମପୁରରେ ୧୪.୮ ଲକ୍ଷ, ସମ୍ଭଲରେ ୧୫ ଲକ୍ଷ, ବିଜନୋରରେ ୧୯.୭ ଲକ୍ଷ ଟଙ୍କାର ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିବା ସରକାର ଏକ ଟିମ୍ ଜରିଆରେ ଆକଳନ କରିଛନ୍ତି । ତେବେ ଗୋରଖପୁରରେ କେତେ କ୍ଷତି ହୋଇଛି ସେ ନେଇ ଆକଳନ ହୋଇନଥିବା ଜଣାପଡ଼ିଛି । ରାମପୁର ଜିଲ୍ଲାପାଳ ଆଞ୍ଜେନୟ କୁମାର ସିଂହ କହିଛନ୍ତି, ହିଂସା ପ୍ରଦର୍ଶନ ବେଳେ ଯେଉଁମାନେ ପଥର ଫିଙ୍ଗୁଥିବାର ଭିଡିଓ ଫୁଟେଜ ରହିଛି ସେମାନଙ୍କୁ ନୋଟିସ୍ ପଠାଯାଇଛି । ୧୩୦ ଜଣଙ୍କୁ ଜବାବ ରଖିବା ପାଇଁ ସରକାର ସପ୍ତାହେ ନୋଟିସ୍ ଦେଇଛନ୍ତି । ଏହି ସମୟରେ କ୍ଷୟକ୍ଷତି ହୋଇଥିବା ସରକାରୀ ସମ୍ପତ୍ତି ନଷ୍ଟର ତାଲିକା ବସ୍ତୃତ ଭାବରେ ଅ ।ସିଯିବ । ଯେଉଁ ୨୮ ଜଣଙ୍କୁ ରାମପୁର ପ୍ରଶାସନ ନୋଟିସ ପଠାଇଛି ସେମାନଙ୍କ ମଧ୍ୟରୁ କିଛି ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ହିଂସା ପ୍ରଦର୍ଶନ ହୋଇଥିଲାୟ ଏଥିରେ ଅନେକ କାର, ଦୁଇ ଚକିଅ । ଗାଡ଼ି ଏବଂ ଗଣମାଧ୍ୟମର ୪ଟି ଓବି ଭ୍ୟାନ ସମେତ ଅନେକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିଲା । ଏହାପରେ କ୍ଷତିପୂରଣ ହିଂସା ପ୍ରଦର୍ଶନକାରୀଙ୍କ ପକେଟରୁ ଭରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥ କହିଥିଲେ ।

Related posts

ପିଓକେ ଶୀଘ୍ର ଭାରତୀରେ ସାମିଲ ହେବାକୁ ଦାବି କରିବ: ରାଜନାଥ

mahabharatanews

ଇଟାଲୀ, ଦକ୍ଷିଣ କୋରିଆକୁ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ

mahabharatanews

ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ

mahabharatanews

Leave a Comment