(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲାର ଏକ ନିର୍ମାଣାଧୀନ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଆହତ ହୋଇଛନ୍ତି । ଏହାକୁ କେନ୍ଦ୍ର କରି ଗୁରୁବାର ସେଠାରେ ଉତ୍ତେଜନା ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ହରିଦାସପୁରସ୍ଥିତ ରାମକୋ ସିମେଣ୍ଟ କାରଖାନାରେ ଏଭଳି ଅଘଟଣ ଘଟିଛି । ଗତ ବୁଧବାର ଦିନ ଏଠାରେ କାମ କରୁଥିବା ବେଳେ ଜିତେନ୍ଦ୍ର ମେହଟା ନାମକ ଝାଡଖଣ୍ଡର ଜଣେ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଉକ୍ତ ଶ୍ରମିକଙ୍କ ବିଷୟରେ କାରଖାନା ପକ୍ଷରୁ କୌଣସି ସୂଚନା ଦିଆଯାଉ ନଥିବାରୁ କାରଖାନା ଶ୍ରମିକ ଏବଂ କର୍ମଚାରୀଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିବା ଜଣାପଡିଛି । ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
previous post
next post