ଓଡିଶା

ସୁଆଣ୍ଡୋରେ ସ୍ୱଚ୍ଛ ଭାରତ ମିଶନ ରାଲି

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁଆଣ୍ଡୋ ଗାଁରେ ସ୍ୱଚ୍ଛ ଭାରତ ମିଶନ ରାଲି ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଗୁଞ୍ଜ’ର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଂଶୁ ଗୁପ୍ତା ଓ ଓଡ଼ିଶା ଶାଖା ସଂଯୋଜକ ସୁରେଶ କୁମାରଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଶହରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା ରାଲିରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ଷଠି ଘର ଠାରେ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପୁରୀର ଗ୍ରାମ ବିକାଶ ସଂସ୍ଥା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଫନି ବାତ୍ୟା ପରଠାରୁ ଜିଲ୍ଲାରେ ବିଭିନ୍ନ ସେବା କରିବା ସହ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ରିଲିଫ ଯୋଗାଇ ଦିଆଯାଉଛି ‘ଗୁଞ୍ଜ’ର ପ୍ରତିଷ୍ଠାତା ଅଂଶୁ ଗୁପ୍ତା କହିଥିଲେ । ଏହି ରାଲିରେ ପରଜାପଡା ଓ ବିଦ୍ୟାଧରପୁର ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳାମାନେ ପୋଷ୍ଟର ଧରି ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିବା ସହ ଗ୍ରାମବାସୀଙ୍କୁ ସ୍ୱଚ୍ଛ ଭାରତ ମିଶନ ବାର୍ତ୍ତା ଦେଇଥିଲେ । ପୁରୀ ଗ୍ରାମ ବିକାଶ ସଂସ୍ଥାର ସଂଯୋଜକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ଗାଁ ଲୋକେ କେତେ ସଚେତନ

mahabharatanews

ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ନଭେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

mahabharatanews

Leave a Comment