Uncategorized

ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଜମି ଦେଲେ ଯୋଗୀ ସରକାର

(ଲକ୍ଷେ୍ନø): ରାମମନ୍ଦିର ଟ୍ରଷ୍ଟ ଘୋଷଣା ହେବା ପରେ ଯୋଗୀ ସରକାରଙ୍କ କ୍ୟାବିନେଟ୍ ଅଯୋଧ୍ୟାରେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିଛନ୍ତି । ଅଯୋଧ୍ୟାର ସୋହାବଲ ତହସିଲର ଧନିପୁର ଗାଁରେ ବୋର୍ଡକୁ ଜମି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସିଦ୍ଧାର୍ଥନାଥ ସିଂହ ସୂଚନା ଦେଇଛନ୍ତି । ମସଜିଦ ନିର୍ମାଣ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୩ଟି ବିକଳ୍ପ ଜମି ପାଇଁ ପ୍ରସ୍ତାବ ଦେଇଥିଲେ । ସେଥି ମଧ୍ୟରୁ ଏହି ଜମି ପାଇଁ କେନ୍ଦ୍ର ସହମତି ପ୍ରକାଶ କରିଥିଲା ବୋଲି ସେ କହିଛନ୍ତି । ତେବେ ମସଜିଦ୍ ପାଇଁ ଧନିପୁରରେ ଜମି ଦିଆଯିବାକୁ ଥିବା ବେଳେ ଏହା ରାଜଧାନୀ ଲକ୍ଷେ୍ନø ଠାରୁ ୧୮ କିମି ଦୂରରେ ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକସଭାରେ ଘୋଷଣା କରିଥିଲେ । ଏହି ଟ୍ରଷ୍ଟର ନାମ ‘ଶ୍ରୀରାମ ଜନ୍ମଭୁମୀ ତୀର୍ଥ କ୍ଷେତ୍ର’ ହେବ ବୋଲି ମୋଦି କହିଛନ୍ତି । ପୁର୍ବରୁ ମୋଦି କ୍ୟାବିନେଟର ଏକ ବୈଠକ ବସିଥିଲା । ତେବେ ଏହି ଘୋଷଣା ହେବା ପରେ ଯୋଗୀ କ୍ୟାବିନେଟ୍ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ଜମି ପ୍ରଦାନ କରିଛନ୍ତି ।

Related posts

ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲଙ୍କ କରୋନାରେ ମୃତ୍ୟୁ

mahabharatanews

ୟୁକ୍ରେନ ରାଷ୍ଟ୍ରପତିଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି

mahabharatanews

ପୂର୍ବତନ ବିଜେପି ସାଂସଦ ଅଶ୍ୱିନୀ ଚୋପ୍ରାଙ୍କ ପରଲୋକ

mahabharatanews